ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ ; ଯୁବକ ଗିରଫ

0

କାଲିମେଳା : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ଏମଭି-୫୯ ଗ୍ରାମର ଜଣେ ୫ ବର୍ଷର ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ପଡିଆ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏମଭି-୫୯ ଗ୍ରାମର ମହେନ୍ଦ୍ର ବିଶ୍ୱାସଙ୍କ ପୁଅ ସିତଲ ବିଶ୍ୱାସ (୨୧)କୁ ତେଲେଙ୍ଗାନାର ତିରୁପତି ଅଂଚଳରୁ ଗିରଫ କରିଥିବା ଜଣାପଡିଛିା ଖବରରୁ ଜଣାପଡିଛି ଯେ ଏମଭି-୫୯ ଗ୍ରାମର ଜୈନେକ ନାବାଳିକା ନିଜ ଘରେ ଏକା ଥିବା ଦେଖି ସିତଲ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକାର ବାପା ବାହାରେ ରହି କାମ କରନ୍ତି। ମା ଓ ଝିଅ ଏକା ଘରେ ରହୁଥିଲେ। ଘଟଣା ଦିନ ମା ଘରେ ନଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରି ବାହାର ରାଜ୍ୟକୁ କାମ କରିବାକୁ ଯାଉଛି କହି ସେଠାରୁ ଫେରାର ହୋଇ ଯାଇଥିଲା।

ଘଟଣା ପଦାକୁ ନ ଆସୁ ଭାବି ପରିବାର ଲୋକ କାହାକୁ କିଛି ନକହି ପିଡୀତା ନାବାଳିକାକୁ ନେଇ ମାଲକାନଗିରି ମେଡିକାଲରେ ଚିକିତ୍ସା କରାଉଥିଲେ।
ତେବେ ଘଟଣା ଜଣାପଡିବା ପରେ ଏ ନେଇ ପିଡୀତାଙ୍କ ପରିବାର ଲୋକ ଗତ ୨୫ ତାରିଖ ଦିନ ମାଲକାନଗିରି ମା’ ଗୃହ ସହାୟତାରେ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ମାଲକାନଗିରି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଜୟଦାସ ଖରାଙ୍କ ନେତୃତ୍ୱରେ ପଡିଆ ଥାନାର ଏକ ୪ ଜଣିଆ ଟିମ ସିତଲକୁ ଖୋଜିବାକୁ ବାହାରିଥିଲେ। ଓଡିଶାରୁ ଆନ୍ଧ୍ର ପ୍ରଦେଶ, ଆନ୍ଧ୍ର ପ୍ରଦେଶରୁ ତେଲଙ୍ଗାନା ଏବଂ ତେଲଙ୍ଗାନାରୁ ତାମିଲନାଡୁ ଏଭଳି ଚକ୍‍ମା ଦେଇ ବିଭିନ୍ନ ରାଜ୍ୟ ବୁଲୁଥିଲା।
ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

Leave A Reply