ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କାଲିମେଳା : ମାଲକାନଗିରି ଜିଲାର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ମୃତକ ହେଲେ ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲ୍ଲୀ ପଞ୍ଚାୟତର ଏମଭି-୬୨ ଗ୍ରାମର ଅଧୀର ମୁଖାର୍ଜିଙ୍କ ପୁଅ ଶିଶିର ମୁଖାର୍ଜୀ (୪୫) । ସୂଚନା ଯୋଗ୍ୟ, ଶିଶିରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଶିଶିରଙ୍କ ଦେହ ଅସୁସ୍ଥ ହୋଇଥିଲା। ପରିବାର ଲୋକେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର କୌଣସି ଡ଼ାକ୍ତର ନ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରାଯାଇ ନ ଥିଲା। ଫଳରେ ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇପଡ଼ିଥିଲା। ପ୍ରାୟ ଦୀର୍ଘ ୩୦ ମିନିଟ ପରେ ଡାକ୍ତର ଆସି ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ସେତେବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ରୋଗୀ ସହ ଆସିଥିବା ତାଙ୍କ ଶାଳକ ବିଶ୍ୱଜିତ କିର୍ତନିଆ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ନ୍ୟାୟ ଦେବାକୁ ପରିବାର ଲୋକ ଦାବି କରିଛନ୍ତି। ରାଜ୍ୟରେ ମୋ ସରକାର ଅଧୀନରେ ସ୍ବାସ୍ଥ୍ୟ ବିଭାଗକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ କାଲିମେଳା ମେଡିକାଲକୁ ଚକିତ୍ସା ପାଇଁ ଆସିଥିବା ଜଣେ ରୋଗୀ ଠିକ ସମୟରେ ଚକିତ୍ସା ନ ପାଇ ପ୍ରାଣ ହରାଇବା ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ତଦନ୍ତ କରି ନ୍ୟାୟ ଦେବାକୁ ପରିବାର ଲୋକ ଦାବି କରିଛନ୍ତି।

Comments are closed.