ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା, ୪ ଅଭିଯୁକ୍ତ ଗିରଫ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଇଂତାଗୁଡାରେ ଗୁଣିଗାରେଡି ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଇଂତାଗୁଡା ଗ୍ରାମର ଇର୍ମା କାର୍ତାମୀ। ଇର୍ମା ଗୁଣିଗାରେଡି କରୁଥିବା ସନ୍ଦେହରେ ଗ୍ରାମବାସୀ ଏକ ବୈଠକ କରି ସେଠରେ ତାକୁ ପିଟି ପିଟି ହତ୍ୟା କରିଥିଲେ। ଏନେଇ ଇର୍ମାଙ୍କ ସ୍ତ୍ରୀ କାଲିମେଳା ଥାନାରେ ୧୦ ଜଣଙ୍କ ନାମରେ ରବିବାର ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏତଲାକୁ ଭିତ୍ତିକରି ୪ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି।

 

 

Comments are closed.