କାଳିଆ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଲୋକାର୍ପଣ କରିଛନ୍ତି। ଡିସେମ୍ବର ୩୧ ତାରିଖ ଅର୍ଥାତ୍ ୨୦୧୮ ମସିହାର ଶେଷ ଦିନରେ ସଚିବାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକର ଚାଷୀମାନଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କୃଷକଙ୍କ ଉନ୍ନତି କରିବ ଏହି ଯୋଜନା। ଏହି ଯୋଜନାରେ ୧୦ ଲକ୍ଷ ଭୂମିହୀନ ପରିବାରଙ୍କ ଜୀବିକା ଉପାର୍ଜନ, ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ୧୨,୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ମୁଖ୍ୟମନ୍ତ୍ରୀ କରିବେ ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ କ୍ୟାବିନେଟ ନିଷ୍ପତ୍ତି ମୁତାବକ ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ବାରନ୍ବିତ କରିବା ଏବଂ କୃଷକଙ୍କ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଘୋଷଣା କରିଥିଲେ । ଏହା ଦ୍ବାରା ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏଥିରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ୟ୍ୟନ୍ତ ୩ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ। କାଳିଆ ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା, ବିନା ସୁଧରେ ଫସଲ ଋଣ ଯୋଗାଇ ଦିଆଯିବ।

Leave A Reply