ଦୁଶମନିରୁ ଦୋସ୍ତି…ମିଶିବେ କିଶାନ୍‍ ଓ କାଳିଆ

- ହାତ ଟେକିଦେଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ୍‍ ଯୋଜନାରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ମିଶ୍ରଣ ହେବ। ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିପାଇଁ ରାଜ୍ୟ କ୍ୟାବିନେଟ୍‍ର ଅନୁମୋଦନ ମିଳିସାରିଛି। କାଳିଆ ଯୋଜନା ଯେମିତି ଚାଲିଛି ସେମିତି ଜାରି ରହିବ। ଏହି ଯୋଜନାରେ ମିଳୁଥିବା ଲାଭ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଅରୁଣ କହିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏହି ମିଶ୍ରଣ ପାଇଁ କିଛି ନୂଆ ପ୍ରସ୍ତାବ ଆଣିଛନ୍ତି।

ପରିବର୍ତ୍ତିତ ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କାଳିଆ ଯୋଜନାର ମିଶ୍ରଣ ପରେ ଚାଷୀଙ୍କୁ ରାଜ୍ୟ ସରକାର ୧୦ହଜାର ଟଙ୍କା ବଦଳରେ ଏବେ ୪ ହଜାର ଟଙ୍କା ଦେବେ। ବାକି ୬ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଚାଷୀ ପୂର୍ବରୁ ଯେମିତି ପାଉଥିଲେ ସେହିଭଳି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.