କାଳୀପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ, ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ

ଭଦ୍ରକ : କାଳୀପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ଜିଲା। ଏଠାରେ ବେଶ ଧୁମଧାମରେ ମା’କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି। ସହରର ବିଭିନ୍ନ ପୂଜାମଣ୍ଡପରେ ରବିବାର ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କାଳୀପୂଜା ପାଇଁ ସୋମବାର ଭଦ୍ରକ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ତେଣୁ ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଭଦ୍ରକରେ ଚଳିତ ବର୍ଷ ୧୧ଟି କାଳୀମେଢ ହୋଇଥିବା ସୂଚନା ମିଳିଛି।

Comments are closed.