ଇନ୍ଦ୍ରାବତୀ କେନାଲକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ମୁଖିଗୁଡ଼ା ଗ୍ରାମର ଜଣେ ସ୍କୁଲ ଛାତ୍ର ବୁଧବାର କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ମୁଖିଗୁଡ଼ା ଗ୍ରାମର ସମ୍ପଦ ଯୋଷୀ ।

ସୂଚନା ଅନୁଯାୟୀ,  ସମ୍ପଦ ଆଜି ପ୍ରାୟ ୩ଟା ବେଳେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖିଗୁଡ଼ା ପୁରୁଣା ମାର୍କେଟକୁ ଯିବା ରାସ୍ତା କେନାଲ ପୋଲ ଉପରୁ ଡେଇଁଥିଲା। ପୋଲ ଉପରୁ ଡ଼େଇଁ କେନାଲ ମଧ୍ୟରେ ବୁଡ଼ି ସମ୍ପଦ ଆଉ ବାହାରି ନ ଥିଲା। ସ୍ଥାନୀୟ ଲୋକେ ସମ୍ପଦ କେନାଲ ମଧ୍ୟକୁ ବୁଡ଼ି ଯାଉଥିବା ଦେଖି ଜୟପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି କରିଥିଲେ ମଧ୍ୟ ସମ୍ପଦଙ୍କ ସନ୍ଧାନ ମିଳିପାରି ନାହିଁ ।

Comments are closed.