ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

0

କଳାପଥର : ବାଙ୍କୀ ଏନ ଏସି ଛକ ଠାରେ ଗୁରୁବାର ସଂଧ୍ୟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଜଣେ ବୃଦ୍ଧଙ୍କ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଦ ଜଣଙ୍କ ହେଲେ ସ୍ଥାନୀୟ ଗୋପାଳପୁର ଗ୍ରାମର ହାଡୁ ସାମଲ(୭୨)ବୟସ ବୋଲି ଜଣା ପଡିଛି। ଘଟଣାରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ଏକ ସିମେଣ୍ଟ ବୋଝେଇ ଗାଡି ନଂ ଓ ଆର ୧୫ ଏଲ ୫୩୨୧ ସିମେଣ୍ଟ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିବାବେଳେ ଏନ ଏସସି ଛକ ଠାରେ ନିଜ ଗାଁ ଗୋପାଳପୁରକୁ ସାଇକେଲଧର ିଫେରୁଥିବା ହାଡୁ ଶାମଲଙ୍କ ପଛପଟୁ ଟ୍ରକଟି ଧକ୍କା ଦେଇ ଚଢି ଯାଇଥିଲା। ଏହି ଖବର ଜଣା ପଡିବା ପରେ ଉତ୍ୟକ୍ତ ଗ୍ରାମବାସୀମାନେ ସ୍ଥାନୀୟ ପେଟ୍ରୋଲପମ୍ପଠାରେ ରାସ୍ତା ଉପରେ ଟାୟାରଜାଳି ବାଙ୍କୀ ସିମୋର ରାସ୍ତାକୁ ଅବରୋଦ୍ଧ କରିଥିଲେ। ବାଙ୍କୀ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲା।

Leave A Reply