ନିହତ ଓଡ଼ିଆ ଫଟୋ ସାମ୍ବାଦିକଙ୍କ ପାଇଁ ମହମବତୀ ଶୋଭାଯାତ୍ରା

0

କଳାପଥର : ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଗତ ମଙ୍ଗଳବାର ବଲାଙ୍ଗିର ଜିଲ୍ଲାର ଦୁରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତା ନନ୍ଦ ସାହୁ ଲାଲ୍‍ ବାହିନୀର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯାଳୟ ଠାରେ ସ୍ଥାପିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ଠାରୁ ମୃତକ କ୍ୟାମେରା ମ୍ୟାନ୍‍ ଅଚ୍ୟୁତାନନ୍ଦ ସାହୁଙ୍କ ଅମର ଆତ୍ମାର ଶାନ୍ତି ପାଇଁ ବାଙ୍କୀ ଉପଖଣ୍ଡ ସାମ୍ବାଦିକଙ୍କ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ଟାଉନ ପରିକ୍ରମା କରି ମା’ଚର୍ଚ୍ଚିକାଙ୍କ ପାଦଦେଶରେ ପହଁଚିଥିଲେ। ସେଠାରେ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ସମୁହ ଦୀପଦାନ କରିବା ସହିତ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ ଏବଂ ଅମର ଆତ୍ମାର ସଦ୍‍ ଗତି ନିମନ୍ତେ ଏକମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଙ୍କୀ ପ୍ରେସ୍‍ କ୍ଳବ ସଭାପତି ବଳଭଦ୍ର ପଣ୍ଡା , ଉପସଭାପତି ସମରେନ୍ଦ୍ର ମହାପାତ୍ର, ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ବିଭୂପ୍ରସାଦ ସାମଲ,ଅରବିନ୍ଦ ବୀରବର ହରିଚନ୍ଦନ, ଆଶିଷ୍‍ କୁମାର ମହାପାତ୍ର, କ୍ଷେତ୍ରବାସୀ ଦାଶ୍‍ , ମୁରଲି ପ୍ରଧାନ,ଗୌରାଙ୍ଗ ବେହେରା, ପ୍ରତାପ କମାର ନାୟକ , ଅନନ୍ତ ରଣା, ମାନସ ରଞ୍ଜନ ସାହୁ,ଭବତୋଷ ମିଶ୍ର, ସଂଗ୍ରାମ ପଟ୍ଟନାୟକ,ପ୍ରମୁଖ ଯୋଗଦେଇଥିଲେ।

Leave A Reply