ପଣ୍ଡାଳମରେ ଖୋଲିଲା ଧାନମଣ୍ଡି

0

କଳାପଥର : ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ କଳାପଥର ଶାଖା ଅଧିନସ୍ଥ ପଣ୍ଡାଳମ ସେବା ସମିତିଲିଃ ରେ ସରକାରଙ୍କର ପ୍ରଥମ ଧାନମଣ୍ଡି ଖୋଲାଯାଇଛି। ନିୟମ ଅନୁସାରେ ପ୍ରତେକ ବୁଧବାର ଏହି ମଣ୍ଡିରେ ଚାଷିଙ୍କ ଠାରୁ କୁଇଣ୍ଟାଲ ପିଛା ୧୭୫୦ଟଙ୍କାରେ ଧାନ କ୍ରୟ କରାଯିବ ବୋଲି ସ୍ଥିର ହୋଇଛି। ଗୁରୁବାର ପୁର୍ବାହ୍ନରେ ସମବାୟ ସଂମ୍ପ୍ରସାରଣ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ପଞ୍ଚାୟତଠାରେ ଧାମମଣ୍ଡି ଖେଲାଯାଇ କଣ୍ଟାପୂଜା କରାଯାଇଛି। ସେବା ସମବାୟ ସମିତି ସଭାପତି ମଙ୍ଗୁଳି ବେହେରାଙ୍କ ପୈାରାହିତରେ କାର୍ଯ୍ୟକ୍ରମରେ ସୋସାଇଟ୍‍ ସମ୍ପାଦକ ସନ୍ତୋଷ କୁମାର ଜୟସିଂ ଧାନ କିଣାର ସରକାରୀ ନିତି ନିୟମ ସଂମ୍ପର୍କରେ ସୂଚନା ଦେଇଥିଲେ। ସପ୍ତାହର ବୁଧବାର ଏହି ମଣ୍ଡିରେ ଧାନ ବିକ୍ରି କରିପାରିବେବୋଲି ସମ୍ପାଦକ ି ସୂଚନା ଦେଇଛନ୍ତି। ଏହି ଅବସରରେ ସମ୍ମାନୀତ ଅତିଥିଭାବେ ସି ଓ ଅଜୟ କୁମାର ରାଉତ, କଳାପଥର କେନ୍ଦ୍ର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply