କେନ୍ଦୁପଲ୍ଲୀରେ ଖୋଲିଲା ଧାନମଣ୍ଡି

0

କଳାପଥର : ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କେନ୍ଦୁପଲ୍ଲୀ ସେବା ସମିତିଲିଃ ରେ ସୋମବାର ସରକାରଙ୍କର ପ୍ରଥମ ଧାନମଣ୍ଡି ଖୋଲାଯାଇଛି। ନିୟମ ଅନୁସାରେ ପ୍ରତେକ ସୋମବାର ଏହି ମଣ୍ଡିରେ ଚାଷିଙ୍କ ଠାରୁ କୁଇଣ୍ଟାଲ ପିଛା ୧୭୫୦ଟଙ୍କାରେ ଧାନ କ୍ରୟ କରାଯିବ ବୋଲି ସ୍ଥିର ହୋଇଛି। ଆଜି ପୁର୍ବାହ୍ନରେ ସମବାୟ ସମ୍ପ୍ରସାରଣ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ପଞ୍ଚାୟତଠାରେ ଧାମମଣ୍ଡି ଖଲାଯାଇ କଣ୍ଟାପୂଜା କରାଯାଇଛି। ସେବା ସମବାୟ ସମିତି ସଭାପତି ଜୟକୃଷ୍ଣ୍‍ର୍ ସାହୁଙ୍କ ପୈାରାହିତରେ କାର୍ଯ୍ୟକ୍ରମରେ ସୋସାଇଟ୍‍ ସମ୍ପାଦକ ଧରଣୀଧର ମହାନ୍ତି ଧାନ କିଣାର ସରକାରୀ ନିତି ନିୟମ ସଂମ୍ପର୍କରେ ସୂଚନା ଦେଇଥିଲେ। ସପ୍ତାହର ସୋମବାର ଏହି ମଣ୍ଡିରେ ଧାନ ବିକ୍ରି କରିପାରିବେବୋଲି ସମ୍ପାଦକ ମହାନ୍ତି ସୂଚନା ଦେଇଛନ୍ତି।

Comments
Loading...