ବାଙ୍କୀ ବ୍ଳକ ରାମନାଥ ଦେବ କୃଷକ ସାଥି ସଂଘ ବୈଠକ

0

କଳାପଥର : ବାଙ୍କୀ ବ୍ଳକ ରାମନାଥ ଦେବ କୃଷକ ସାଥି ସଂଘର ୧୮ ଟି ପଞ୍ଚାୟତର ଗ୍ରାମ ସଂଯୋଜକ ବୈଠକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଗୈାଡଛେଲି ବନ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ରବିବାର ଅପରାହ୍ନରେ ଅନୁଷ୍ଟିତ ହୋଇଯାଇଛି। ବାଙ୍କୀ ବ୍ଳକ କୃଷକ ସାଥି ସଭାପତି ଜୟ ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂମ୍ପାଦକ ଦିନବନ୍ଧୁ ଦେବତା ,ସହ ସଂମ୍ପାଦକ ପ୍ରମାନନ୍ଦ ସାହୁ,ଉପ ସଭାପତି ଆଲୋକ ପଣ୍ଡା,କୋଷାଦକ୍ଷ ଶରତ କୁମାର ସାହୁଙ୍କୁ ନିର୍ବାଚିତ କରାଯାଇଥିଲା। ଆଗାମି ଦିନରେ ଜିଲ୍ଲା କୃଷି ଅଧିକାରୀ ବାଙ୍କୀଙ୍କ ମଧ୍ୟରେ ସମସ୍ତ ସରକାରୀ ଯୋଜନା ରେ କୃଷକ ସାଥି ମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ଆଲୋଚନା କରାଯାଇଥିଲା। ଏଥିରେ ୨୮ ଜଣ କୃଷକ ସାଥି ଯୋଗ ଦେଇଥିଲେ।

Leave A Reply