ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟର ରୈାପ୍ୟ ଜୟନ୍ତୀ ସମାରୋହ

0

କଳାପଥର : ବାଙ୍କୀ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟର ରୈାପ୍ୟ ଜୟନ୍ତି ସମାରୋହ ଶୁକ୍ରବାର ଉଦ୍‍ଘାଟିତ ହୋଇଛି। ଏହି ସମାରୋହ ୩ ଦିନ ଧରି ପାଳିତ ହେଉଥିବା ବେଳେ କଈଁଫୁଲିଆ ମଠର ମହନ୍ତ ପ୍ରାଣକୃଷ୍ଣ ଦାସ ମହାରାଜ ଯୋଗଦେଇ ରୈାପ୍ୟ ଜୟନ୍ତି ସମାରୋହକୁ ଉଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ବ୍ଳକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦୁପଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୁଦନ ମହାପାତ୍ର ମୁଖ୍ୟବକ୍ତା , ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ବଳଭଦ୍ରପୁର ପଞ୍ଚାୟତ ସମିତି ସଭ୍ୟା ବନଲତା ସାହୁ,ଜଗନ୍ନାଥପୁର ସରପଞ୍ଚ ସଜିତା ଦାସ, ସମିତି ସଭ୍ୟା ସସ୍ମିତା ନାଏକ,ଶିକ୍ଷାବିତ ପୁର୍ଣ୍ଣଚନ୍ଦ୍ର ବେହେରା,ଯୁବ ବିଜେଡି ନେତା ଶୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମାବେଶରେ ବିଦ୍ୟାଳୟରେ ଅଧ୍ୟୟନରତ ପୂର୍ବତନ ଛାତ୍ର/ଛାତ୍ରୀ ଉପସ୍ଥିତଥିଲେ।

Leave A Reply