ସାମ୍ବାଦିକ ଓ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କ ହତ୍ୟା ଘଟଣା ; ବୋମା ମାଡ କରିବାକୁ ଆସି ଧରାପଡିଲେ ଅଭିଯୁକ୍ତ      

କଳାପଥର : ଗତ ଫେବୃଆରୀ ମାସ ୧୫ ତାରିଖ ଅପରାହ୍ନ ପ୍ରାୟ ସାଢ ୨ଟା ସମୟରେ ବାଙ୍କୀ ନିକଟସ୍ଥ ଯୋକଲାଞ୍ଜି ଠାରେ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ଆତି ନିର୍ମ୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସାରା ଓଡିଶାରେ ଚହଳ ପକାଇ ଦେଇଥିଲା। ସଭ୍ୟ ସମାଜରେ ଏଭଳି  ଏକି ବର୍ବରିତ ହତ୍ୟାକାଣ୍ଡକୁ ନେଇ ସାରା ବାଙ୍କୀରେ ଅସନ୍ତୋଷ ପ୍ରତିଫଳିତ ହେବା ସହିତ ସ୍ଥାନୀୟ ଅଞ୍ଚଳକୁ ବନ୍ଦ କରାଯାଇଥିଲା। ଘଟଣାରେ ସଂମ୍ପୃକ୍ତ ଥିବା ଏକାଧିକ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁଲିସ୍ ପର୍ଯ୍ୟାୟ କ୍ରମେ ୧୨ ଜଣଙ୍କୁ ଇତି ମଧ୍ୟରେ ଗିରଫ କରିଛି। ତେବେ ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ରହିଥିବା ବେଳେ ପୁଲିସ୍ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ଗ୍ରାମରେ ଏବେ ସୁଦ୍ଧା ଉତ୍ତେଜନା ମୁଳକ ପରିସ୍ଥିତି ଲାଗି ରହିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଉଭୟ ସାମ୍ବାଦିକ ସରପଞ୍ଚ ପରିବାର ଭୟବୀତ ଅବସ୍ଥାରେ ରହିଛନ୍ତି। କାରଣ ଏତଲାରେ ନାମ ଥିବା ଅନ୍ୟ ଅଭିଯୁକ୍ତମାନେ ଖୁଲମଖୁଲା ଭାବରେ ବୁଲୁଥିବା ଅଭିଯୋଗ ହେଉଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇନପାରିବା ପୁଲିସର ପାରିବା ପଣିଆକୁ ପଦାରେ ପକାଇ ଦେଇଛି।

ଏପରି ସ୍ଥଳେ ଯେଉଁ ଅପରାଧିମାନେ ବାହାରେ ବୁଲୁଛନ୍ତି ସେମାଙ୍କ ମଧ୍ୟରୁ କେତେଜଣ ଦଳବଦ୍ଧ ଭାବରେ ଗତ ରାତିରେ ଉଭୟ ମୃତାହତ ପରିବାର ବର୍ଗଙ୍କୁ ଜୀବନରେ ମାରି ଦେବା ପାଇଁ ଉଦ୍ୟମ କରୁଥିବା ବେଳେ କେତେକ ଗ୍ରାମବାସୀଙ୍କ ହାବୁଡରେ ପଡିଛନ୍ତି। ସେମାନଙ୍କୁ ଅଟକ ରଖାଯାଇ ପୁଲିସକୁ ଖବର ଦିଆଯିବାପରେ ଘଟଣାସ୍ଥଳରେ ବୈଦ୍ୟେଶ୍ୱର ପୁଲିସ୍ ଏକ ପ୍ଳାଟୁନ ଫୋର୍ସ ସହିତ ଖଜୁରିପଦାରେ ପହଞ୍ଚିଥିଲେ। ଗ୍ରାମରେ ଉତ୍ତେଜନା ଦୃଷ୍ଟିରୁ ପୁଲିସ୍ ଫୋର୍ସ ମୃତୟନ କରାଯାଇ ହତ୍ୟା ଉଦ୍ୟମକାରୀ ବୋଲି କୁହାଯାଉଥିବା ସମସ୍ତ ୨୬ ଜଣଙ୍କୁ ପୁଲିସ୍ ନିଜ ହେପାଜତକୁ ନେଇଛି। ପରେ ସେମାନଙ୍କୁ ବୈଦ୍ୟେଶ୍ୱର ଜୁନିୟର ମହାବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖି ସେମାନଙ୍କ ପ୍ରତି ନଜର ରଖିଛି। ଏହି ଘଟଣାକୁନେଇ ଖଜୁରିପଦା ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

Comments are closed.