ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

0

କଳାପଥର(ବାଙ୍କୀ) : ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନୃସିଂହ ଚରଣ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ବିିପିନି ବହାରୀ ମହାନ୍ତି ବାର୍ଷିକ ବିବରଣୀ ପାଠକରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶିକ୍ଷାବିତ ମନୋଜ କୁମାର ରାଉତ ସଭା ପରିଚାଳନା କରି ଅତିଥିମାନଙ୍କର ପିରଚୟ ପ୍ରଦାନ କରିଥିବାବେଳେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉତ୍ସବକୁ ଉଦ୍‍ ଘାଟନ କରି କହିଲେ ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କର ଅଧିକାର ସମ୍ପର୍କରେ ସଚେତନ କରାଯିବା ଉଚିତ୍‍। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଯେଉଁ ସହଯୋଗ ଯୋଗାଇ ଦିଆଯାଉଛି। ଯେପରି ସେମାନେ ପାଇପାରିବେ ଏନେଇ ସଂଘ ପକ୍ଷରୁ ପଦକ୍ଷେପ ନିଆଯିବା ଉଚିତ୍‍। ସମାଜ ପାଇଁ ବରିଷ୍ଠ ନାଗରିକ ମାନଙ୍କୁ ଭୂମିିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଆମ୍ଭମାନଙ୍କର ସମ୍ମାନୀୟ ଅଟନ୍ତି। ସେମାନଙ୍କୁ ନିଜ ପରିବାର କିମ୍ବା ଅନ୍ୟମାନେ ହତାଦାର କରିବା ଉଚିତ ନୁହେଁ। ଆଜିକାଲି ଅନେକ ବରିଷ୍ଠ ନାଗରିକମାନଙ୍କୁ କେତକ କ୍ଷେତ୍ରରେ ସମ୍ମାନ ମିଳୁନାହିଁ। ଘରଠାରୁ ଆରମ୍ଭ କରି ବହୁକ୍ଷେତ୍ରରେ ଅଧିକାଂଶ ବରିଷ୍ଠ ନାଗରିକ ଅବହେଳିତ ହେଉଛନ୍ତି। ବରିଷ୍ଠ ନାଗରିକମାନଙ୍କ ପାଇଁ ଦୈହିକ କଷ୍ଟ ଅପେକ୍ଷା ମାନସିକ ଅଶାନ୍ତି ଅତ୍ୟନ୍ତ ଦୁଃଖ ଦାୟକ। ଜୀବନରେ ଅର୍ଜର୍ନ କରିସାରିଥିବା ଯଶ ଓ ଖ୍ୟାତିକୁ ଯଦି ବ୍ୟର୍ଥହେବାକୁ ଛାଡିଦିଆଯାଏ ତେବେ ବାର୍ଦ୍ଧକ୍ୟ ଅବସ୍ଥା ବ୍ୟର୍ଥହେବା ଅବଶ୍ୟମ୍ଭାବି ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ବରିଷ୍ଠସ୍ତମ୍ଭକାର ଓ ସମ୍ବାଦିକ ଅରୁଣ କୁମାର ପଣ୍ଡା, ବାଙ୍କୀ କଲେଜ ଅଧ୍ୟକ୍ଷ ଡଃ.ବାବାଜୀ ଚରଣ ଶତପଥୀ , ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ  ପ୍ରମୁଖ ସମ୍ମାନୀତ ଅତିଥିଭାବରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୨୪ଜଣ ବରିଷ୍ଠ ନାଗରିକଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ସମାଜ ସେବୀ କେଶବ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply