ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ଘଟଣାକୁ ନେଇ କଳାପଥର କଲେଜରେ ଉତ୍ତେଜନା

କଳାପଥର : ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଠାରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟର ଜୈନେକା କଲେଜ ଛାତ୍ରୀଛାତ୍ରଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ହେବା ଘଟଣାକ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି। କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଇଥିଲା। ଏହାକୁ ପ୍ରତିବାଦ କରି କଲେଜ ଗେଟ୍‍ ସମ୍ମୁଖରେ ଟାୟାର ପୋଡାଜଳା କରିଥିଲେ। ଫଳରେ ଆଜି ଦ୍ୱିପ୍ରହରରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ଚପାଇବା ପାଇଁ କଲେଜ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଅଞ୍ଚଳର କେତେକ ଶାସକ ଦଳର ନେତାମାନେ ଚେଷ୍ଟା କରିଥିଲେ ହେଁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସ୍ୱରକୁ ଦବାଇ ପାରି ନ ଥିଲେ। ଉତ୍ତେଜନା ବଢିବାରୁ କଲେଜ ଭିତରେ ଓ ବାହାରେ ପୁଲିସ ମୃତୟନ କରାଯାଇଥିଲା। ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ସଂଧ୍ୟାରେ ବାଙ୍କୀ ଡିଏସପି ଓ ବୈଦ୍ୟେଶ୍ୱର ଥାନା ଅଧିକାରୀ ମାନସ ରଞ୍ଜନ ମିଶ୍ର ଘଟଣା ସ୍ଥଳକୁ ଆସି ଭାଇରାଲ ଘଟଣାରେ ସଂମ୍ପୃକ୍ତ ବୋଲି କୁହାଯାଉଥିବା ଉକ୍ତ କଲେଜର ଜୈନେକ କର୍ମ୍ମଚାରୀଙ୍କ ମୋବାଇଲ ଫୋନ, କମ୍ପୁଟର ହାଡ୍ରିକ୍ସ ଓ ଅନ୍ୟ ସିସିଟଭି ସରଞ୍ଜାମ ସହ ତିନିଜଣଙ୍କ ମୋବାଇଲ ଫୋନକୁ ଜବତ କରିଛି।

 

ମିଳିଥିବା ସୁଚନା ଅନୁଯାୟୀ, ଗତ ପ୍ରାୟ ଦୁଇମାସ ତଳେ ଉକ୍ତ କଲେଜରେ ପାଠ ପଢୁଥିବା ସ୍ଥାନୀୟ ଧଳାପଥର ପଞ୍ଚାୟତ କୋଦୁଅବେରେଣୀ ଗ୍ରାମର ଜୈନେକା +୨ ଛାତ୍ର ଓ ଧଳାପଥର ଗ୍ରାମର ଜୈନେକା ଛାତ୍ରୀଙ୍କ ମଧ୍ୟରେ କଲେଜ କମନ ରୁମରେ ଚାଲିଥିବା ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋକୁ ଉକ୍ତ କଲେଜର ଜଣେ କର୍ମ୍ମଚାରୀ ଲାଇଭ୍‍ ଫଟୋ ଉଠାଇ ନେଇଥିଲେ। ପରେ ସେ ସଂମ୍ପୃକ୍ତା ଛାତ୍ରୀଙ୍କୁ ବିଭିନ୍ନ ସମୟରେ ବ୍ଳାକ ମେଲିଂ କରି ଆସୁଥିଲେ। ତେବେ ଦିନକୁ ଦିନ କର୍ମ୍ମଚାରୀଙ୍କ ବ୍ଳାକ ମେଲିଂର ସିମା  ଟପିିବା ପରେ ଛାତ୍ରୀ ଜଣଙ୍କ ତାର କିଛି ସାଙ୍ଗ ମାନଙ୍କୁ ଜଣାଇଥିଲା। ଏହା ପରେ ସଂମ୍ପୃକ୍ତ କର୍ମ୍ମଚାରୀ ଜାଣିବା ପରେ ଫଟୋଟିକୁ ଭାଇରାଲ କରିଦେଇଥିଲେ। ଫଳରେ ଉକ୍ତ ଘଟଣାଟି ସମସ୍ତଙ୍କ ନଜରକୁ ଆସିଥିଲା। ଗତ ତିନିଦିନ ତଳେ ଏଥିନେଇ କଲେଜର କିଛି ଛାତ୍ରଛାତ୍ରୀ ଦାୟୀତ୍ୱରେ ଥିବା +୨ ଅଧ୍ୟକ୍ଷଙ୍କୁ ଜଣାଇ ଘଟଣାର ତଦନ୍ତ ଦାବୀ କରିଥିଲେ। ମାତ୍ର ଅଧ୍ୟକ୍ଷ ସବୁ ଜାଣି ନ ଜାଣିଲା ପରି ଚୁପଚାପ୍‍ ବସିପଡିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ଅଧ୍ୟକ୍ଷ ସବୁ ଜାଣିବା ପରେ ନିରବ ରହିଥିଲେ। ଦିନକୁ ଦିନ ଘଟଣାଟି ଜଟିଳ ପରିସ୍ଥିତି ସୃଷ୍ଟି କରିବାରୁ ଆଜି ଛାତ୍ରଛାତ୍ରୀମାନେ ମେଳି ହୋଇ କଲେଜ ଭିତରେ ହଙ୍ଗାମା ସୃଷ୍ଟି କରିବା ସହିତ କଲେଜ ଅଧ୍ୟକ୍ଷ ଘେରାଓ କରିଥିଲେ। ଏପରିକି ସେମାନେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ଅଧ୍ୟକ୍ଷ ଓ ଘଟଣାରେ ସଂମ୍ପୃକ୍ତ ଥିବା କର୍ମ୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ନାରାବାଜି ଦେଇଥିଲେ।

 

Comments are closed.