ଆବାସ ଅପେକ୍ଷାରେ ମାନସିକ ବିକୃତ ସଫିଉଦିନ୍‍

0

କଳାପଥର(ବାଙ୍କୀ) :  ବଙ୍କୀ ବ୍ଳକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଗୁରେଇପଲ୍ଲୀ ସାହି ମୁସ୍‍ଲିମ୍‍ ସଂପ୍ରଦାୟ ମସ୍‍ଜିଦ୍‍ ନିକଟ ସଫିଉଦିନ ଖାଁ(୬୦) ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି। ସଫିଉଦିନ ମାନସିକ ବିକୃତ ହୋଇଥିବାରୁ ଗାଁ, ବଜାର ଅଞ୍ଚଳରେ ଜରି, କୁଟା ଗୋଟାଇ ବୁଲୁଛି। କେତେବେଳେ ଘରେ ଆସି ଖାଏ ତ ନଚେତ ଦିନ ରାତ୍ରି ସେପରି ବୁଲିଥାଏ। ସୁରବୀବିଙ୍କ ପରିବାର ଭୁମିହୀନ ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ସାନ ପୁଅ କଳାପଥର-କଣ୍ଟିଲୋ ରାଜପଥ କଡରେ କୁକୁଡା ମାଂସ ବିକ୍ରୀ କରି ଘର ଚଳାଉଛି। ଏବେ ଭଙ୍ଗା ଚାଳଘରେ ଝିଅ, ପୁଅ ଏବଂ ସ୍ୱାମିକୁନେଇ ବହୁ ଦୁଖ କଷ୍ଟରେ ଦିନ କାଟୁଛନ୍ତି। ସରକାରୀ ସହାୟତା ଅପେକ୍ଷାରେ ଦିନ କାଟୁଛନ୍ତି ସୁର ବୀବି। ୨୦୧୧ ଜନଗଣନା ଅନୁଯାଇ ପ୍ରସ୍ତୁତ ହୋଇଥିବା ପଞ୍ଚାୟତରେ ଇସିସି ଚିଠା ତାଲିକାରେ ନାମଥିବା ବେଳେ କୁଜି ନେତାମାନେ ଥିଲା ବାଲାଙ୍କ ଠାରୁ ଲାଞ୍ଚ ନେଇ ତାଲିକା ଅଦଳ ବଦଳ କରିଦେଉ ଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ୨୦ ହଜାର ଟଙ୍କା ଦେଲେ ତୁମ୍ଭକୁ ଆବାସ ଘର କରିଦିଆଯିବ ବୋଲି କହୁଛନ୍ତି। ସ୍ୱାମୀ ଶତପ୍ରତିଶତ ପାଗଳ ହୋଇଥିବାବେଳେ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କ ପାଖକୁ ଦୈାଡି ଦୈାଡି ନୟାନ୍ତ ହୋଇଥିଲେ ଶୁଦ୍ଧା ଦୁଖ ଶୁଣିବାକୁ କେହି ନଥିବା କୋହଭରା କଣ୍ଠରେ କହିଛନ୍ତି ସୁର ବୀବି। ଅଭିଯୋଗ ପାଇବାପରେ ବ୍ଳକ ପ୍ରଶାସନ ତରଫରୁ ତଦନ୍ତରେ ପାଇବାକୁ ହକ୍‍ଦାର କହୁଥିବା ବେଳେ ପକ୍କାଘର ଖଣ୍ଡିଏ ସପନ ପାଲଟିଛି।

Leave A Reply