କଳାପଥରରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ, ଜଣେ ଗିରଫ

0

କଳାପଥର : ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମରେ ଚୋରା ମଦ ବେପାର ପ୍ରତିବାଦରେ ରବିବାର ସଂଧ୍ୟାରେ ଦଳିତ ମହିଳା ମାନେ ବଡସାହି ନିକଟ ଶୁଣ୍ଢି ସାହିରେ ଚଢଉ କରିଥିଲେ। ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏ ନେଇ ବାରମ୍ବାର ଅବକାରୀ ବିଭାଗ ଏବଂ ପୁଲିସକୁ ଜଣାଉ ଥିଲେ ମଧ୍ୟ ବିଭାଗୀୟ ଅଧିକାରିମାନେ ସେମାନଙ୍କ ଠାରୁ ମାସିକିଆ ବଟି ପାଉଥିବାରୁ କୈାଣସି କାଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଦେଶୀ ମଦପିଇ ଅଞ୍ଚଳର ଗରିବ ଲୋକମାନେ ସର୍ବସ୍ୱାନ୍ତ ହେଉଛନ୍ତି। ଏପରିକି ଏହାର କୁପ୍ରଭାବ ସମାଜ ଉପରେ ପଡୁଛି। ବିଭାଗିୟ ଅଧିକାରି ମାନେ କୈାଣସି କଥା ନଶୁଣିବାରୁ ଅଞ୍ଚଳର ମହିଳାମାନେ ବାଧ୍ୟହୋଇ ଦେଶୀ ମଦ ବିକ୍ରୀ କରୁଥିବା ଦୋକାନିକୁ ଧରି ପୁଲିସ ଜିମା ଦେଇଥିବା ବେଳେ ତାଠାରୁ ଦେଶୀ ମଦ ଜବତ କରି ପୁଲିସ୍‍କୁ ହସ୍ତାନ୍ତର କରିଛନ୍ତି। କଳାପଥରରେ ଦେଶୀ ମଦ ବିକ୍ରୀ କରୁଥିବା ବଡସାହିର ପ୍ରଭାତ କୁମାର ସାହୁକୁ ଧରି ପୁଲିସ୍‍ ଜିମା ଦେବା ସହିତ ତା ନିକଟରୁ ୫ ଲିଟର ଦେଶୀ ମଦ ଜବତ କରିଛନ୍ତି। ଏଥିନେଇ ବୈଦ୍ୟେଶ୍ୱର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

Leave A Reply