ଗଜଲକ୍ଷ୍ମୀ ଯୁବ ପରିସଦ କ୍ଳବ ଉଦଘାଟିତ

କଳାପଥର(ବାଙ୍କୀ):ବାଙ୍କୀ ବ୍ଳକ ଅନ୍ତର୍ଗତ ବରପୁଟ ପଞ୍ଚାୟତସ୍ଥିତ ପଶାଣିଆ ଗ୍ରାମରେ ଏକନୂତନ ଗଜଲକ୍ଷ୍ମୀ ଯୁବପରଷଦ କ୍ଳବ ଉଦଘାଟିତ। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ ଉଦ୍ ଘାଟନକରିଥିଲେ। ଏହି ଉତ୍ସବରେ ବାଙ୍କୀ ବ୍ଳକର ନୁତନ ସଭାପତି ନରେଶ କୁମାର ସାହୁ, ସ୍ଥାନୀୟ ସରପଞ୍ଚପ୍ରିୟଙ୍କା ବେହେରା , ମୁରଲିଧର ସ୍ୱାଇଁ, ସାଧିତ୍ୟ କୁମାର ରଣସିଂହ, ରଘୁନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ ସଭା କାର୍ୟ୍ୟକୁ ରଘୁନାଥ ସ୍ୱାଇଁ ସଭାପତିତ୍ୱ କରିଥିଲେ। ବାଙ୍କୀ ନିର୍ବାଚନ ମଣ୍ଡଳିରେ ପୂର୍ବରୁ କଂଗ୍ରେସର ଅବଦାନକୁ ଅଭିଭାଷଣ ରଖିଥିଲେ ବ୍ଳକ ସଭାପତି ନରେଶ କୁମାର ସାହୁ , ତା ସହିତ ଯୁବ ପିଢିଙ୍କ ପାଇଁ ବହୁ ଦିଗଦର୍ଶନର ବାର୍ତ୍ତା ଦେଇଥିଲେ।

 

ଅଞ୍ଚଳରୁ କିଭଳି ଆଜିର ଯୁବ ସମାଜ ନିଶା ଠାରୁ ଦୁରେଇ ରହି ପାରିବେ ସେ ଦିଗରେ ଅଭିଭାଷଣ ରଖିଥିଲେ। ଉକ୍ତ ଉଦ୍ ଘାଟନ ଉତ୍ସବରେ କ୍ଳବର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନ,ସମ୍ପାଦକ ପ୍ରଶାନ୍ତ କୁମାର ଦାସ,କୋଷାଦକ୍ଷ ନବ କିଶୋର ମହାରଣା,ସରପଞ୍ଚ ପ୍ରତିନିଧି ତ୍ରିନାଥ ବେହେରା ସନ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ଳବର ସଦସ୍ୟ ସମିର ଶେଖର ପ୍ରଧାନ,ବାସୁଦେବ ପ୍ରଧାନ,ମୃତ୍ୟୁଞ୍ଜୟ ପ୍ରଧାନ,ଡମ୍ମରୁ ପ୍ରଧାନ,ସାଗର ପ୍ରଧାନ,ଶ୍ରୀକାନ୍ତ ପାଣିଗ୍ରାହି ,ଶୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.