ଜାନୁଆରୀ ୧୦ରେ ଦୁଲୁକିବ ଥୁଆମୁଳ ରାମପୁର ମାଣିକେଶ୍ୱରୀ ସାଂସ୍କୃତିକ ମଞ୍ଚ

କଲମପୁର : ଆସନ୍ତା ଜାନୁଆରୀ ୧୦ ତାରିଖ ଦିନ ଥୁଆମୁଳ ରାମପୁର ସ୍ଥିତ ମାଣିକେଶ୍ୱରୀ ସାଂସ୍କୃତିକ ମଞ୍ଚରେ ପାଳନ ହେବ ଥୁଆମୁଳ ରାମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୦ା ଏହି ଉତ୍ସବ ପାଳନ ନେଇ ଭାରପ୍ରାପ୍ତ ବି.ଡି.ଓ ତଥା ତହସିଲଦାର ବିନୟ କୁମାର ଭୋଇଙ୍କ ଆବାହନୀରେ ସମିତି ସଭାଗୃହ ଠାରେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ ସମିତି ଅଧ୍ୟକ୍ଷା ଶାନ୍ତି ମାଝୀ, ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ମାଣିକ୍ୟ ଚନ୍ଦ୍ର ନାଏକ, ପଞ୍ଚାୟତ ସମିତି ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ଶର୍ମା, ସମିତି ସଭ୍ୟ ସୋମନାଥ ନାଏକ, ମନୋରଞ୍ଜନ ନାଏକଙ୍କ ସମେତ ଅନ୍ୟ ସମିତି ସଭ୍ୟ ଓ ସରପଞ୍ଚ, ବ୍ଲକର ବିଭଇନ୍ନ ବିଭାଗରେ କର୍ତବ୍ୟରତ କର୍ମଚାରୀ, ବ୍ଲକର ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଓ ଯୁବ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇ ନିଜସ୍ୱ ମତ ଉପସ୍ଥାପିତ କରିଥିଲେ।
ଏହି ପ୍ରସ୍ତୁତି ବୈଠକରେ ପୂର୍ବ ବର୍ଷର ଆୟୋଜିତ ଖର୍ଚ୍ଚ ବିବରଣୀ ପଠନ ସହିତ ସମୀକ୍ଷା କରାଯାଇ ଚଳିତ ବର୍ଷ ପାଳନର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଉତ୍ସବ ପାଳନ ପାଇଁ ସମିତି ଅଧ୍ୟକ୍ଷା ଶାନ୍ତି ମାଝୀଙ୍କ ଅଧ୍ୟକ୍ଷତାରେ ସର୍ବ ସମ୍ମତି କ୍ରମେ ଏକ ବ୍ଲକସ୍ତରୀୟ ଉସ୍ତ୍ରବ ପାଳନ କମିଟି ଗଠନ କରାଯାଇଥିଲା। ଏଥିରେ ଉପାଧ୍ୟକ୍ଷ ଶ୍ରୀ ପ୍ରଧାନୀ, ଭାରପ୍ରାପ୍ତ ବି.ଡି.ଓ ଶ୍ରୀ ଭୋଇ, ମାଣିକ୍ୟ ଚନ୍ଦ୍ର ନାଏକ, ସତ୍ୟ ନାରାୟଣ ମୁଣ୍ଡଚ୍ଛିନା, ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ, ସମସ୍ତ ସ୍ୱେଚ୍ଛସେବୀ ସଂସ୍ଥା ଓ ବ୍ଲକର ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଏହି କମିଟିର ସଭ୍ୟ ଭାବେ ସ୍ଥାନିତ କରାଯାଇଥିଲା। ଏହି କମିଟିର ସହଯୋଗ ପାଇଁ ସମିତି ସଭ୍ୟ ମନୋରଞ୍ଜନ ନାଏକଙ୍କ ସଭାପତିତ୍ୱରେ ମଶାଲଯାତ୍ରା ଉପ କମିଟି ଗଠନ କରାଯାଇଛି। ଏହି କମିଟିର ଆବାହକ ଅମରସିଂ ମାଝୀ। ସେହିଭଳି ଗୋବିନ୍ଦ ପ୍ରଧାନୀଙ୍କ ସଭାପତି ଓ ସୋମନାଥ ନାଏକଙ୍କୁ ଆବାହକ ଭାବେ ଅତିଥି ସମ୍ବର୍ଦ୍ଧନା କମିଟିର ଦାଇତ୍ୱ ପ୍ରଦାନ କରାଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ବବୃବାହାନ ବୁଦ୍ଧିଆଙ୍କ ଅବାହନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟି ଗଠନ କରାଯାଇଛି। ସେହିଭଳି ବ୍ଲକ ଯୋଗାଣ ଅଧିକାରୀ ମିଥୁନ ବେହେରାଙ୍କ ଅଧ୍ୟକ୍ଷତାରେ ଖାଦ୍ୟ ବିଭାଗ ଉପ କମିଟି ଗଠନ କରାଯାଇଥିବା ବେଳେ ଆବାହକ ଭାବେ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି। ଅଜିତ କୁମାର ଦୁର୍ଗାଙ୍କ ଅଧ୍ୟକ୍ଷତାରେ ମଞ୍ଚ ସାଜ ସଜ୍ଜା କମିଟି ଗଠନ କରାଯାଇଥିବା ବେଳେ ଜ୍ୟୋତିଷ କୁମାର ବେଣୁପାଣୀଙ୍କୁ ଆବାହକ ଦାଇତ୍ୱ ପ୍ରଦାନ କରାଯାଇଛି। ସମିତି ଅଧ୍ୟକ୍ଷା ଶ୍ରୀମିତୀ ମାଝୀଙ୍କ ଅଧ୍ୟକ୍ଷତା ଓ ବି.ଡି.ଓ ଶ୍ରୀ ଭୋଇଙ୍କ ଆବାହନୀରେ ଅର୍ଥ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟିରେ ବ୍ଲକରେ କାର୍ଯ୍ୟ ରତ ସମସ୍ତ ସାମ୍ବାଦିକଙ୍କୁ ସଦସ୍ୟ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି।
ଏହି ଉତ୍ସବ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ମହିଳାଙ୍କ ମଧ୍ୟରେ ଝୋଟି, ହୁଳହୁଳି ଆଦି ପ୍ରତିଯୋଗିତାର ଆୟୋଜନ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି।

Comments are closed.