କଲମପୁରରୁ ଗଡିଲା ସ୍ୱତନ୍ତ୍ର ଟୀକାକରଣ ସଚେତନତା ରଥ

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡିଲା ସ୍ୱତନ୍ତ୍ର ଜନ ସଚେତନତା ରଥ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଶୁଭାରମ୍ଭ ଉତ୍ସବରେ ମୁଁ ମୋ ଶିଶୁକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଜଣେ ବାପାର ଦାୟିତ୍ୱ। ଡିପିଟି, ପୋଲିଓ ଓ ମିଳିମିଳା ଭଳି ୧୨ ଗୋଟି ପ୍ରାଣଘାତୀ ରୋଗରୁ ସୁରକ୍ଷା ଦେବା ଜଣେ ବାପା ର କର୍ତବ୍ୟ। ଉପଯୁକ୍ତ ସମୟରେ ଟୀକାକରଣ କଲେ ଶିଶୁର ଶାରିରୀକ ମାନସୀକ ବିକାଶ ହେଇଥାଏ। ୫ ବର୍ଷ ମଧ୍ୟରେ ୭ ଥର ଟୀକାକରଣ କରି ସମ୍ପୂର୍ଣ୍ଣ ଟୀକାକରଣ କଲେ ଶିଶୁର ରୋଗ ପ୍ରତିଷେଧକ ବଢିଥାଏ। ପୋଲିଓ ଭଳି ମାରାତ୍ମକ ରୋଗରୁ ସୁରକ୍ଷା ଦିଆଯାଇ ପାରିବ।

ଏଭଳି ସଚେତନତା ବାର୍ତା ନେଇ ଆରମ୍ଭ ହେଇଛି ସରକାରଙ୍କ ସ୍ୱତନ୍ତ୍ର ଟାକାକରଣ ସଚେତନତା ରଥ ସରକାରଙ୍କ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଦ୍ୱାରା କେହି ଶିଶୁ ଅଥବା ଗର୍ଭବତୀ ମହିଳା କୌଣସି ଏକ ଟୀକା ନେଇନଥିଲେ ଏହି ସ୍ୱତନ୍ତ୍ର ଟୀକାକରଣ ଯୋଜନା ମାଧ୍ୟମରେ ନଭେମ୍ବର ୧୫ରୁ ଜାନୁଆରୀ ୧୫, ଏହି ୩ ମାସ ମଧ୍ୟରେ ନେଇ ପାରିବେ। ସେନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶନିବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ସ୍ୱତନ୍ତ୍ର ଟୀକାକରଣ ରଥର ଶୁଭାରମ୍ଭ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ୱତନ୍ତ୍ର ଟୀକାକରଣ ରଥର ଶୁଭାରମ୍ଭରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଉପସ୍ଥିତ ରହି ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନ ରଥର ଶୁଭାରମ୍ଭ ଉତ୍ସବରେ ଡାକ୍ତର ସମ୍ବିତ କୁମାର ମହାନ୍ତି, ଡାକ୍ତର ଅମିୟ କୁମାର ଜଗଦଲା, ଡାକ୍ତର ଜ୍ୟୋତିକ୍ରିଷ୍ଣା ମାଝୀଙ୍କ ସମେତ ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ।

Comments are closed.