ଜଳ ସେଚନ ଯୋଗାଇବାକୁ ଜିଲାପାଳଙ୍କ ନିକଟରେ ଦାବି

କଲମପୁର: ଆଉ କିଛି ଦିନ ପରେ ବନ୍ଦ ହେବ ଖରିଫ ଜଳ ସେଚନ। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଜଳ ସେଚନକୁ ବାତିଲ ପାଇଁ ଘୋଷଣା କରାଯାଇଥିବା ବେଳେ ବର୍ଷା ଅଭାବ କାରଣରୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ଅହେତୁକ ଭାବେ କମିଯାଇଥିବାରୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ମଧ୍ୟ ସମ୍ପୂର୍ଣ୍ଣ ଜଳ ସେଚନ ଯୋଗାଇବା ସମ୍ଭବ ହେଉ ନାହିଁ। ଏଭଳି ସ୍ଥିତିରେ ବିଭାଗ ତରଫରୁ ନିକଟରେ ପ୍ରାୟ ୧୫ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବା ନେଇ ସୁଚନା ଦିଆଯାଇଥିଲା। ଏଥିରେ କେବଳ ଜୟପାଟଣା ବ୍ଲକର ଚାଷୀ ଜଳ ସେଚନ ସୁବିଧା ପାଉଥିବା ବେଳେ କଲମପୁର ବ୍ଲକର ଚାଷୀ ଜଳ ସେଚନରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

 

ଏନେଇ ସୋମବାର  ଚାଷୀ ଘନଶ୍ୟାମ ନାଏକ, ଜଗନ୍ନାଥ ମୁଣ୍ଡ, ସୁଧାଂଶୁ ନାଏକ, ନେତ୍ରାନନ୍ଦ ସ୍ୱାଇଁ ଗଣେଷ ଦଲେଇ, ବିଭୁତି ପ୍ରଧାନ, ଟିକଚନ ମାଝୀ, ପ୍ରଦ୍ୟୁମ୍ନ ମହାନ୍ତି, ପୁଣ୍ଡରୀ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ବଡକୁଟୃ ଓ ବିଜମରା ପଞ୍ଚାୟତର ୬୦ ଜଣ ଚାଷୀ ପ୍ରତିନିଧି ଜିଲାପାଳଙ୍କ ଦ୍ୱାରସ୍ଥ ହେଇଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ସାକ୍ଷାତ କରିବା ସହ ଜଳ ସେଚନ ଯୋଗାଇବା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ର ଅନୁସାରେ ଜଳ ସେଚନ ଦାଇତ୍ୱରେ ଥିବା ବାମ ମୁଖ୍ୟ କେନାଲ ବିଭାଗ ତରଫରୁ ବିଜମରା ଡିଷ୍ଟ୍ରିବ୍ୟୁଟାରିର ଲୁହାବାହାଲ ନିକଟରେ କ୍ରସବନ୍ଧ କରି କେବଳ କାଦୋପଦର ମାଇନର କେନାଲରେ ଜଳ ସେଚନ ଯୋଗାଇ ଦିଆଯିବାର ମସୁଧା ଚାଲିଥିବାରୁ ଏହାଦ୍ୱାରା ବିଜମରା ଓ ବଡକୁଟୃ ଅଞ୍ଚଳର ଚାଷୀ ଜଳ ସେଚନରୁ ବଂଚିତ ହେବେ। ତେଣୁ ଉଭୟ ବିଜମରା ଓ ବଡକୁଟୃ କେନାଲ ସବୁରେ ଜଳ ସେଚନ ଯୋଗାଇବାକୁ ·ଷୀ ଦାବୀ କରିଛନ୍ତି।

Comments are closed.