ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି କାର୍ଯ୍ୟ ଆରମ୍ଭ

କଲମପୁର: ଗତ ଗୁରୁବାର ଦିନ ସକାଳେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାଜେନ ନିକଟରେ ଥିବା ଏକ ଆଉଟଲେଟ ଭାଙ୍ଗିଯାଇ ୩୦ ଫୁଟର ଘାଇ ସୃଷ୍ଟି ହେଇଥିଲା। ଏହା ଦ୍ୱାରା କିଛି ଚାଷ ଜମି ବାଲିଚର ହେଇଯାଇଥିବା ବେଳେ ପ୍ରାୟ ୨୪ ଜଣ ଚାଷୀଙ୍କ ୩୦ ଏକର ଜମି ଜଳ ମଗ୍ନ ହେଇଯାଇଥିଲା। ଚାଷୀ କ୍ଷତିପୁରଣ ଦାବି କରି ମରାମତି କାମକୁ ବନ୍ଦ କରିଥିଲେ। ବର୍ତମାନ ଚାଷ ଜମିର ଧାନ ସବୁ ଏବେ କେଣ୍ଡା ବାହାରୁଥିବାରୁ ଜଳ ସେଚନର ଗୁରୁତ୍ୱ ରହିଛି। ଅନ୍ୟପଟେ ଦକ୍ଷିଣ ମୁକ୍ୟ କେନାଲର ତଳମୁଣ୍ଡରେ ଥିବା ଜୁନାଗଡ ଅଂଚଳର ଅନେକ ଚାଷ ଜମି ଜଳ ସେଚନ ଅଭାବରୁ ଶୁଖିବାରେ ଲାଗିଛି। ଏହି ଚାଷ ଜମିକୁ ସପ୍ତାହକ ମଧ୍ୟରେ ଜଲ ସେଚନ ସୁବିଧା ମିଳିନପାରିଲେ ଧାନ ଗଛ ସବୁ ଶୁଖିଯାଇ ନଷ୍ଟ ହେବାର ଆଶଙ୍କା କରାଯାଉଛି।

ଚାଷୀଙ୍କ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ କେନାଲ ଭାଙ୍ଗିବା ଦ୍ୱାରା କ୍ଷତିଗ୍ରସ୍ତ ହେଇଥିବା ଚାଷଈଙ୍କ ସହ ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ଅଧିକାରୀ ଆଲୋଚନା କରିଥିଲେ। ଏହା ସହ ତହସିଲଦାରଙ୍କ ନିର୍ଦ୍ଦେଶପରେ ରାଜସ୍ୱ ବିଭାଗର କର୍ମଚାରୀ କ୍ଷତିଗ୍ରସ୍ଥ ଚାଷ ଜମିର କ୍ଷୟ କ୍ଷତି ଆକଳନ କରିଛନ୍ତି। ଏହାପରେ ଶୁକ୍ରବାର ସକାଳୁ ମରାମତି କାର୍ଯ୍ୟ ଆରମ୍ଭ ହେଇଛି। ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମରାମତି କାମକୁ ତ୍ୱରାନ୍ୱିତ କରାଯାଉଥିବା ବିଭାଗ ତରଫରୁ ପ୍ରକାଶ।

Comments are closed.