ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ୩୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ

କଲମପୁର: ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ହଠାତ୍ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଆରଡି ୩୩.୩୨୬ କିଲୋ ମିଟର (ପାଜେନ) ପାଖରେ ଥିବା ଏକ ଆଉଟଲେଟ ଭିତରେ ପାଣି ପଶିଯାଇ ବାମ ହୁଡା ଭାଙ୍ଗିଯାଇଥିଲା। ପାଣିର ସ୍ରୋତ ତିବ୍ରତା ଯୋଗୁଁ ଦେଖୁ ଦେଖୁ ୩୦ ଫୁଟର ଓସାରରେ ୫୦ ଫୁଟ ଗଭିର ଘାଇ ସୃଷ୍ଟି ହେଇଥିଲା। କେନାଲକୁ ଲାଗି ରହିଥିବା ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହେବା ସହ ପିଡବ୍ଲ୍ୟୁଡି ରାସ୍ତାରୁ ଗୌଡ କେନ୍ଦୁଗୁଡାକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଉପରେ ୨ଫୁଟରୁ ଅଧିକ ପାଣି ପ୍ରବାହିତ ହେଇଥିଲା।

 

ଏନେଇ ଦକ୍ଷିଣ ମୁଖ୍ୟ କେନାଲ ବିଭାଗ ପରି·ଳନା ଦାଇତ୍ୱରେ ଥିବା ଅଧିକାରୀ ସୁଚନା ପାଇବା ପରେ ମଙ୍ଗଳପୁର ହାତୀ ବ୍ୟାରେଜରୁ ପାଣି ନିଷ୍କାସନକୁ ବନ୍ଦ କରିବା ସହ ପୋଟେସ, ଚୁରାଗାାଁ ଏସକେପରୁ ପାଣି ନିୟନ୍ତ୍ରଣ କରାଯାଇଥିଲା। ସେତେବେଳକୁ ଗଙ୍ଗାରାମ ବାଗ, ବିଶିକେସନ ବାଗ, ଦଶରଥ ପଟେଲ, ମଦନ ହରିଜନ, ଗୋରା ହରିଜନ, ବିଜୟ ଶବର, ଆନନ୍ଦ ଶବର, ପିତ ଶଥବର, ମଣି ନାଗ, ମହେଶ୍ୱର ହଂସ, ଗଣେଷ ହଂସ, ଇନ୍ଦ୍ର ବାଗ, ରାଗ ମାଝୀ, ଦେବେନ୍ଦ୍ର ମାଝୀ, ଜିତ ଶବର, ସାନ ହରିଜନ, ଚନ୍ଦନ ହରିଜନ, ସଦନ ଶବର, ରଘୁନାଥ ସିଂହ, ସୁରେନ୍ଦ୍ର ସିଂହ, ପୂର୍ଣ୍ଣ ଚନ୍ଦ୍ର ସିଂହ, ଭାନୁ ଶବର, ହାତୀ ରାମ ହଂସ ଓ ଇନ୍ଦ୍ର ପଟେଲ ପ୍ରମୁଖ ·ଷୀଙ୍କ ପ୍ରାୟ ୩୦ ଏକର ଚାଷ ଜମି ଜଳମଗ୍ନ ହେଇଯାଇଛି। ବର୍ତମାନ ଧାନ କେଣ୍ଡା ବାହାରି ସାରିଥିବା ବେଳେ ଏହି ପାଣି ପଶିଯିବା ଦ୍ୱାରା ଧାନ ମଞ୍ଜି ଭିତରେ ପାଣି ପଶିଯାଇ ନଷ୍ଟ ହେବାର ଆଶଙ୍କା କରାଯାଉଛି।

Comments are closed.