ବନବିଭାଗ ଦ୍ବାରା ଉଦ୍ଧାର ହେଲା ୬ ଫୁଟ ଲମ୍ବର ଅଜଗର

କଲମପୁର :କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଦକ୍ଷିଣ ବନଖଣ୍ଡର ଥୁଆମୁଳ ରାମପୁର ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତା ଉପରୁ ସୋମବାର ରାତି ପ୍ରାୟ ୯ ଘଣ୍ଟା ସମୟରେ ଏକ ଅଜଗର ସାପ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଏହି ଅଜଗର ସାପର ଲମ୍ବ ପ୍ରାୟ ୬ ଫୁଟ। ସ୍ଥାନୀୟ ଲୋକେ କଲେଜ ଛକ ରାସ୍ତା ଉପରେ ଏହି ଅଜଗର ସାପକୁ ଦେଖିଥିଲେ ଏବଂ ବନବିଭାଗର ରେଞ୍ଜର ପ୍ରଶାନ୍ତ କୁମାର ପାଲଙ୍କୁ ଖବର ଦେଇଥିଲେ। ଏହାପରେ ବନବିଭାଗ କର୍ମଚାରୀ ପହଞ୍ଚି ଅଜଗରକୁ ସେଠାରୁ ଉଦ୍ଧାର କରି ନେଇଥିଲେ । ଉଦ୍ଧାର ହୋଇଥିବା ଅଜଗରକୁ ଥୁଆମୁଳ ରାମପୁର-କଲମପୁର ଅଞ୍ଚଳକୁ ଲାଗିଥିବା ସିଙ୍ଗାରି ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।

Comments are closed.