କଲମପୁରରେ ନୁତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

କଲମପୁର: ଦୀର୍ଘ ମାସର ବ୍ୟବଧାନ ପରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୁରଣ ହେଇଛି। ଜୁନାଗଡ ବ୍ଲକ ହାବସପୁର ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ହରିଶଙ୍କର ବାଗ ପଦୋନ୍ନତି ପାଇବା ପରେ ଶୁକ୍ରବାର କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ବାଗ କଲମପୁର କାର୍ଯ୍ୟାଳୟରେ ପହଂଚିବା ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ବିଶ୍ୱାସ, ବିରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ କିରାଣୀ ଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଫୁଲତୋଳା ଦେଇ ଶ୍ରୀ ବାଗଙ୍କୁ ସ୍ୱାଗତ ଜଣାଇଥିଲେ।

 

କଲମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ, ବାଳ ଗୋପାଳ ତେଣ୍ଡକାରୀ, ମୋହନ ପ୍ରସାଦ ମୁଣ୍ଡ, ସନାତନ ଭଞ୍ଜ, ନରେନ୍ଦ୍ର ସାହୁ ପ୍ରମୁଖ ସ୍ୱାଗତ ଜଣାଇଥିଲେ। ଶିକ୍ଷକ ସଂଘ ତରଫରୁ ଦୀର୍ଘ ଦିନ ପରେ ଏକ ସ୍ଥାୟୀ ଅଧିକାରୀ ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଶିକ୍ଷକ ମାନଙ୍କ ବକେୟା ପଡିଥିବା କାର୍ଯ୍ୟ ସବୁ ସମ୍ପାଦିତ ଦିଗରେ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଗ କଲମପୁର ବ୍ଲକ ର ଶିକ୍ଷା ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Comments are closed.