ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ଗୁରୁତର

କଲମପୂର: ଥୁଆମୁଳ ରାମପୁର ଭବାନିପାଟଣା ମୁଖ୍ୟ ରାସ୍ତାର ପାଲଜୋର ନିକଟରେ ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ଗୁରୁତର। ଘଟଣାଟି ପ୍ରାତଃ ପ୍ରାୟ ୪ ଘଣ୍ଟା ସମୟର ବୋଲି ସୂଚନା ମିଳିଛି। ଗୁରୁତର ଡ୍ରାଇଭର ଜଣକ ହେଲେ କଲମପୁରର ବିସମ୍ବର ଭାଟିଙ୍କ ପୁଅ ୩୮ ବର୍ଷୀୟ ବିଦ୍ୟା ଭାଟି ବୋଲି ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳକୁ ୧୦୮ ଅମ୍ବୁଲାନ୍ସ ଆସିଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ପରେ ଥୁଆମୁଳ ରାମପୁର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହଯୋଗରେ ଏକ ଜେସିବି ଗାଡି ଦ୍ବାରା ଚାପି ହୋଇଥିବା ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ସେଠାରେ ଅପେକ୍ଷାରେ ଥିବା ୧୦୮ ଅମ୍ବୁଲାନ୍ସ ଦ୍ବାରା ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଆହତ ଡ୍ରାଇଭର ବିଦ୍ୟାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି।

ବୁଧବାର ସକାଳୁ କୌଣସି କାମରେ କଲମପୁର ଠାରୁ ଥୁଆମୁଳ ରାମପୁର ବ୍ଲକର ଗୋପାଳପୁର ଅଞ୍ଚଳକୁ ଟ୍ରାକ୍ଟର ନେଇ ଯାଇ ଫେରୁଥିବା ବେଳେ ପାଲଜୋର ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ବିଦ୍ୟା ଟ୍ରାକ୍ଟର ତଳେ ଚାପିହୋଇ ଯାଇଥିଲା। ସୌଭାଗ୍ୟବଶତଃ ଏକ ପଥର ଉପରେ ଟ୍ରାକ୍ଟର ରହିଯିବା ଯୋଗୁଁ ଅଳ୍ପକେ ଡ୍ରାଇଭର ବିଦ୍ୟା ବର୍ତିଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପରିବାର ଲୋକେ ସୁଚନା ଦେଇଛନ୍ତି।

Comments are closed.