ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର ଲୋକ

କଲମପୁର: ଶନିବାର ସଂଧ୍ୟାରୁ ଲାଗି ରହିଛି ଲଗାଣ ବର୍ଷା। ଏହି ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଜନୈକ ବ୍ୟକ୍ତିଙ୍କ ଘର ଭାଙ୍ଗିଯାଇଥିବା ବେଳେ ପରିବାର ଲୋକ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ଶନିବାର ପଶ୍ଚିମ ଓଡିଶର ଗଣ ପର୍ବ କୁ ହସ ଖୁସିରେ ପାଳନ କରାଯାଇଥିଲା। କିନ୍ତୁ ସଂଧ୍ୟାରୁ ଆରମ୍ଭ ହେଇଥିଲା ଲଗାଣବର୍ଷା। ରବିବାର ନୁଆଖାଇ ବାସୀ ପାଳନ ପାଇଁ ଲୋକେ ଖୁସି କିନ୍ତୁ ଝିପି ଝିପି ବର୍ଷା ଲାଗି ରହିଥିଲା। ଏଥିପାଇଁ ସମସ୍ତେ ଖୁସି ଥିବା ବେଳେ୍ ପଣ୍ଡିଗାଁ ଜୟଲାଲ ଶବରଙ୍କ ପାଇଁ ଏହି ଖୁସି ମଳିନ ପଡିଯାଇଛି।

 

ପରିବାର ସହ ଜୟଲାଲ ଘରେ ରହିଥିବା ବେଳେ ହଠାତ୍ ରୋଷେଇ ଘରଟି ଭାଙ୍ଗିଯାଇଥିଲା। ଘର ଭିତିରେ ପରିବାର ସହ ଥିବା ଜୟଲାଲ ଅଳ୍ପ ସମୟ ପାଇଁ ଘର ଭିତରୁ ବାହାରକୁ ବାହାରି ଥିବା ବେଳେ ଏଭଳି ଅଘଟଣ ଘଟିବାରୁ ପରିବାର ସହ ଜୟଲାଲ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଜୟଲାଲ ଜଣେ ଗରିବା ପରିବାରର ସଦସ୍ୟ। ତେଣୁ ତୁରନ୍ତ ତାଙ୍କୁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଇଛି। ଏନେଇ ତହସିଲଦାର କରିଶ୍ମା ବେଶ୍ରାଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହେଇନଥିଲା।

Comments are closed.