ପାରମ୍ପାରିକ ଆଦିବାସୀ ନାଚ ଗୀତରେ ଗୁଞ୍ଜରିତ ହୋଇ ଉଠିଲା ଖଣ୍ଡୁଆଳ ମଣ୍ଡପ

0

କଲମପୁର :କଳାର ଉତ୍ସବ କଳାହାଣ୍ଡି ଉତ୍ସବ। କଳାହାଣ୍ଡିର ପାରମ୍ପାରିକ ବୀର ବାଦ୍ୟ ଘୁମୁରା। ଆଦିବାସୀ ନିଜ ମାଟିର ସୁରକ୍ଷା ଲାଗି କରିଛନ୍ତି ଅନେକ ସଂଗ୍ରାମ। ସେହି ବୀର ବାଦ୍ୟ ଘୁମୁରା ସ୍ମୃତିକୁ ଆଗାମୀ ପୀଢି ନିକଟରେ ଉପସ୍ତାପିତ କରିବା ପାଇଁ ଏହି କଳାହାଣ୍ଡି ଉତ୍ସବର ନାମକରଣ ‘ଘୁମୁରା’ ନାମରେ ନାମିତ ହେଇ ଆସିଛି। ଅନେକ ଲୁପ୍ତ ଲୋକ କଳାର ବିକାଶ ସହିତ ବଣ ମଲ୍ଲୀ ଭଳି ବଣରେ ଫୁଟି ମଉଳି ଯାଉଥିବା ପ୍ରତିଭାର ବିକାଶ ପାଇଁ ଏହି ଉତ୍ସବ ଆୟୋଜିତ ହେଇଆସୁଛି। ଏହି ମଞ୍ଚ ମାଧ୍ୟମରେ ପ୍ରତିଭାର ବିକାଶ ହେଇ ଜିଲା, ରାଜ୍ୟ ଓ ଦେଶ ବିଦେଶରେ କଳା ପ୍ରଦର୍ଶିତ କରାଗଲେ ଏହି ଉତ୍ସବ ଆୟୋଜନ ସାର୍ଥକ ହେଇ ପାରିବ ବୋଲି କଳାହାଣ୍ଡି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୁଳ ରାମପୁର ସ୍ଥିତ ଖଣ୍ଡୁଆଳ ପଡିଆର ଖଣ୍ଡୁଆଳ ମଣ୍ଡପରେ ଆୟୋଜିତ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ଅବସରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ସମିତି ଅଧ୍ୟକ୍ଷା ଶାନ୍ତି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ଜିଲା ପଞ୍ଚାୟତି ରାଜ ଅଧିକାରୀ ଲିଙ୍ଗରାଜ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଆବାହକ ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ ନବିନ ଚନ୍ଦ୍ର ନାଏକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପାରମ୍ପାରିକ ଆଦିବାସୀଙ୍କ ଢେମସା, ବଜାସାଲିଆ, ସଲପ ଆଦି ନାଚ ଗୀତରେ ଗୁଞ୍ଜରିତ ହେଇ ଉଠିଥିଲା ଖଣ୍ଡୁଆଳ ମଞ୍ଚ। ଘୁମୁରା ବାଜରେ ଦୁଲୁକି ଉଠିଥିଲା ଖଣ୍ଡୁଆଳ ମଞ୍ଚ। ଏହି ଅବସରରେ ଓଡିଆ ଟେଲିଭିଜନ ଜଗତର ଚର୍ଚ୍ଚିତ ସିରିଏଲ ଆମଘର ଲକ୍ଷ୍ମୀର ଅଭିନେତା ମାନସ କୁମାର ମିଶ୍ର ଓ ଏସ.ଏସ ଲିପ୍ସା ଏହି ଉତ୍ସବରେ ଯୋଗ ଦେଇ ଦର୍ଶକଙ୍କ ଆଗ୍ରହକୁ ବୃଦ୍ଧି କରିଥିଲେ। ଛୋଟ ଶିଶୁ ମାନଙ୍କ ବିଭିନ୍‍ କଳା ପ୍ରଦର୍ଶନ ସମସ୍ତ ଦର୍ଶକଙ୍କୁ ବିଭୋର କରିଥିଲା ଶୀତର ପ୍ରକୋପ ସ୍ୱତେ ବହୁ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ଏହି ଉତ୍ସବ ଆୟୋଜନ ପୂର୍ବରୁ ବ୍ଲକର ସମସ୍ତ ସଂଗଠନର କର୍ମକର୍ତା, ବିଭିନ୍ନ ସ୍କୁଲ, କଲେଜର ଛାତ୍ର ଛାତ୍ରୀ ଓ ବିଭିନ୍ନ କଳାକାରଙ୍କ ଏକ ଶୋଭାଯାତ୍ରାରେ ଆରାଧ୍ୟା ଦେବୀ ମାଁ ମାଣିକେଶ୍ୱରୀଙ୍କ ପୀଠରୁ ମଶାଲ ଗ୍ରହଣ କରି ଉତ୍ସବ ସ୍ଥଳକୁ ନିଆଯାଇ ସ୍ଥାପନ କରାଯାଇଥିଲା।

Leave A Reply