କାଳବୈଶାଖିରେ ଉଜୁଡି ଗଲା କଦଳି ବଗିଚା

କଲମପୁର: କାଳବୈଶାଖିର ପ୍ରଭାବରେ କଲମପୁର ଅଂଚଳର ଅମଳ ହେବାକୁ ଥିବା ରବିଧାନ କ୍ଷତି ହେଇଛି। ସେହିଭଳି ପବନର ପ୍ରଭାବ କାରଣରୁ ଏହି ଅଂଚଳର ବହୁ କଦଳି ଚାଷ ନଷ୍ଟ ହେଇଥିବା ବେଳେ ଚାଷୀର ନିଦ ହଜାଇ ଦେଇଛି। ବର୍ଷକ ମଧ୍ୟରେ ଏକାଧିକବାର କାଳବୈଶାଖିର ସମ୍ମୁଖିନ ହେଉଛନ୍ତି କଦଳି ଚାଷୀ। କଲମପୁର ଅଂଚଳରେ ପ୍ରାୟ ୨ଶହରୁ ଅଧିକ ଏକର ଚାଷ ଜମିରେ କଦଳି ଚାଷ କରାଯାଉଛି। କିନ୍ତୁ କଦଳି ଚାଷକୁ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ସାମିଲ କରାଯାଇନଥିବାରୁ ପ୍ରତି ବର୍ଷ ଚାଷ ନଷ୍ଟ ହେଉଥିବାରୁ ଚାଷୀ ଏବେ ଦେବାଳିଆ ହେଉଛନ୍ତି। ତେଣୁ କଦଳି ଚାଷକୁ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ସାମିଲ କରିବା ପାଇଁ ଚାଷୀ ମହଲରେ ଦାବି ହେଉଛି।

ଚଳିତ ବର୍ଷ କୋଭିଡ କଟକଣା ପାଇଁ ଦୋକାନ ବଜାର ବନ୍ଦ ରହୁଥିବାରୁ କଦଳି ଚାଷୀ ଏବେ ପବନ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଥିବା କଦଳି ବିକ୍ରି କରିବାରୁ ବଂଚିତ ହେଉଛନ୍ତି। ଯାହାରି ଫଳରେ ବିଗତ ବର୍ଷମାନଙ୍କ ଅପେକ୍ଷା ୨୦୨୦/୨୧ରେ କଦଳି ଚାଷୀ ବହୁ ମାତ୍ରାରେ କ୍ଷତିର ସମ୍ମୁଖିନ ହେଉଥିବା ଚାଷୀ କୃଷ୍ଣ ଚନ୍ଦ୍ର ସିଂ ଲହଜଲ ମତବ୍ୟକ୍ତ କରିଛନ୍ତି। କଦଳି ପାଇଁ ଯଦି ବଜାର ବ୍ୟବସ୍ଥା କରାଗଲେ ଚାଷୀ ମାନେ କ୍ଷତିରୁ ରକ୍ଷା ପାଇ ପାରିବେ ବୋଲି ଶ୍ରୀ ଲହଜଲ ମତ ପ୍ରକାଶ କରିଛନ୍ତି।

Comments are closed.