ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଓ ୫ଟି ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଜିଲାପାଳ

କଲମପୁର: ଗୁରୁବାର କଳାହାଣ୍ଡି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଦିନିକିଆ କଲମପୁର ଗସ୍ଥରେ ଆସିଥିଲେ। ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ମିଶନ ଶକ୍ତି ମହିଳାମାନେ ଜିଲାପାଳ ଜିଲାପାଳଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ସମିତି ଅଧ୍ୟକ୍ଷା ମୋତି ବିହାରୀ, ବିଡିଓ ପ୍ରଶନ୍ନ କୁମାର ପଟେଲ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ସ୍ୱାଇଁ ପ୍ରମୁଖଙ୍କ ସମେତ ସମସ୍ତ ବିଭାଗର ଅଧିକାରୀଙ୍କ ସହ ସମିତିର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବାସହ ପ୍ରକଳ୍ପ ସବୁର ଅଗ୍ରଗତି ନେଇ ପଚାରି ବୁଝିଥିଲେ। ଏହାପରେ ମଞ୍ଜୁର ହେଇଥିବା କଲମପୁର ପୁଲିସ ଥାନା ସମ୍ବନ୍ଧରେ ପୁଲିସ ଫାଣ୍ଡି କାର୍ଯ୍ୟାଳୟ ଠାରେ ପହଞ୍ଚି ଫାଣ୍ଡି ଅଧିକାରୀ ଡୋଳାମଣି ବିଶି ଏବଂ ତହସିଲ କାର୍ଯ୍ୟଳୟର ଅଧିକାରୀଙ୍କ ସହ ଥାନା ପାଇଁ ଯୋଗାଇ ଦିଆଯାଇଥିବା ଜମି ସମ୍ବନ୍ଧରେ ଆଲୋଚନା କରିଥିଲେ।
ଏହାପରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଚାଲିଥିବା ଲାଇନିଂ କାର୍ଯ୍ୟ ତଦାରଖ କରିବା ସହ ବିଭାଗର ସହକାରୀ ଯନ୍ତ୍ରୀ ଓ ଅନ୍ୟ ଯନ୍ତ୍ରୀ ମାନଙ୍କ ସହ କାର୍ଯ୍ୟର ମାନ ଏବଂ ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିଥିଲେ। ଏହାପରେ ପାତ୍ରବସା ଠାରେ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ର କୋଠା କାର୍ଯ୍ୟ ତଦାରଖ କରିଥିଲେ। ପୁଣି ସେଠାରୁ ବଡକୁଟ୍ରୁ ସନ୍ଧି ସାଗର ପୋଖରୀ କାର୍ଯ୍ୟର ଉନ୍ନୟନ କାର୍ଯ୍ୟ ଦେଖିଥିଲେ। ଧନପୁର ରତ୍ନେଶ୍ୱରୀ ପ୍ରଡୁସର ଗୃପର ଟେରାକୋଟା କାର୍ଯ୍ୟ ଦେଖିବା ପରେ ୫ଟିରେ ସାମିଲ ହେଇଥିବା ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଏବଂ ଦୁଲକିବନ୍ଧ ଠାରେ ଥିବା ସରକାରୀ କନ୍ୟା ଆଶ୍ରମ ସ୍କୁଲ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ଦେଖିଥିଲେ। ଦୁଲକିବନ୍ଧ କନ୍ୟା ଆଶ୍ରମରେ ପହଂଚିବା ପରେ ଛାତ୍ରୀ ମାନେ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ। ଛାତ୍ରୀମାନେ ଲମ୍ବା ଧାଡିରେ ଠିଆ ହେଇଥିବା ଦେଖି ଜିଲାପାଳ ଖୁସି ହେବା ସହ ସେମାନଙ୍କ ପାଠ ପଢା ସହ ଛାତ୍ରୀ ନିବାସର ସୁବିଧା ଓ ସମସ୍ୟା ସମ୍ବନ୍ଧରେ ପ·ରି ବୁଝିଥିଲେ।
ଏହାପରେ ବିଦ୍ୟାଳୟ ପାଇଁ ଖେଳ ପଡିଆ ସମସ୍ୟା ଥିବା ବିଜମରା ସରପଞ୍ଚ ବାଳକୃଷ୍ଣ ମାଝୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ମନରେଗା ଯୋଜନାରେ ଖେଳ ପଡିଆର ଉନ୍ନତି କରିବା ପାଇଁ ବିଡିଓ ଶ୍ରୀ ପଟେଲଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଉଭୟ ବିଦ୍ୟାଳୟର ରୁପାନ୍ତରିକରଣ କାର୍ଯ୍ୟ ଦେଖିବା ସହ ତୁରନ୍ତ କାର୍ଯ୍ୟ ସମ୍ପାଦନ ଦିଗରେ ଗୁରୁତ୍ୱ ଦେବା ପାଇଁ କାର୍ଯ୍ୟ ସମ୍ପାଦନ ଦାଇତ୍ୱରେ ଥିବା ବ୍ୟକ୍ତି ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଜିଲାପାଳ ଭବାନିପାଟଣା ଅଭିମୁଖେ ଫେରିଯାଇଥିଲେ। ଜିଲାପାଳଙ୍କ ଏହି ଗସ୍ଥ ସମୟରେ ମୀନଗୁର ସରପଂଚ ନିହାରୀକା ବେହେରା, ବଡକୁଟ୍ରୁ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ବିଜମରା ସରପଞ୍ଚ ବାଳକୃଷ୍ଣମାଝୀଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମଣ୍ଡି ସମସ୍ୟା ନେଇ ବଡକୁଟୃ ଠାରେ ଚାଷୀମାନେ ଜିଲାପାଳଙ୍କୁ ଜଣାଇଥିଲେ।
Comments are closed.