ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଦୟନୀୟ ସ୍ଥିତିରେ ପରିବାର

କଲମପୁର: ଗତ ୯ ତାରିଖ ଠାରୁ ଲଘୁଚାପ ଜନିତ ପ୍ରଭାବରେ ଆରମ୍ଭ ହେଇଥିବା ଲଗାଣ ବର୍ଷା ଯୋଗୁଁ ବହୁ ମାଟି କାନ୍ଥରେ ନିର୍ମିତ ଘର ଭାଙ୍ଗିଯାଇଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନା ଅନୁସାରେ ଥୁଆମୁଳ ରାମପୁର ଅଞ୍ଚଳରେ ଅଗଷ୍ଟ ୯ରୁ ୧୫ ମଧ୍ୟରେ ୩୧୦ ମିଲିଲିଟର ବର୍ଷା ହେଇଥିଲା। ୧୫ ତାରିଖ ଦିନ ସର୍ବାଧିକ ୧୧୦ ମିଲିମିଟର ବର୍ଷା ହେବା ଦ୍ୱାରା ଅଡ୍ରି ଗ୍ରାମର ପଦ୍ମନାଭ ସାହୁ ଓ ରାମ ଚନ୍ଦ୍ର ସାହୁଙ୍କ ମାଟି କାନ୍ଥରେ ନିର୍ମିତ ଘର ଭାଙ୍ଗି ଯାଇଛି। ଘର ଅଭାବରୁ ଦୟନୀୟ ସ୍ଥିତିରେ ଏହି ଗରୀବ ପରିବାର। ସେହିଭଳି ଥୁଆମଉଳ ରାମପୁର ବ୍ଲକ ଅଧିନସ୍ଥ ଜାଗେସପଦର ସମେତ ଅନ୍ୟ ଅଗମ୍ୟ ଅଞ୍ଚଳରେ ମାଟି କାନ୍ଥରେ ନିର୍ମିତ ବହୁ ଲୋକଙ୍କ ଗର ଭାଙ୍ଗି ଯାଇଥିବା ସୁଚନା ମିଳିଛି। ସେହିଭଳି କଲମପୁର ଠାରେ ମଧ୍ୟ ବର୍ଷା ଓ ପବନ ପ୍ରଭାବରେ ଏକ ବିରାଟକାୟ ଗଛ ଭାଙ୍ଗି ପଡିବାରୁ ଅଜାମ ବଡ ଚନ୍ଦନଙ୍କ ଘର ଉପରେ ପଡିଥିଲା। ପରିବାର ଲୋକ ସୁରକ୍ଷିତ ଥିଲେ ମଧ୍ୟ ବୀରାଟକାୟ ଗଛ କାଟି ବାହାର କରିବାକୁ ସ୍ଥାନୀୟ ଅଗ୍ନୀଶମ ବିଭାଗର ସହାୟତା ନିଆଯାଇଥିଲା। କଲମପୁର ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ବିନୋଦ କେର୍କେଟାଙ୍କ ନେତୃତ୍ୱରେ ଅଶୋକ କୁମାର ପଡିହାରୀ, ସରୋଜ ରଞ୍ଜନ, ନିର୍ମଲ ତରିଆ, କୈଳାଶ ବେହେରା ପ୍ରମୁଖ କର୍ମ·ରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ଥିଲେ। ଗଛ ଭଆଙଅଗି ଘର ଉପରେ ପଡିଯିବା ଦ୍ୱାରା ଘର କିଛି ଅଂଶ ଭାଙ୍ଗି ଯାଇଛି।