ଲଗାଣ ବର୍ଷାରେ ଭୁଶୁଡିଲା ପୋଡାଖୋଲ ପୋଲ

କଲମପୁର: ଲଗାଣ ବର୍ଷାରେ ଭୁଶୁଡି ପଡ଼ିଲା ପୋଡାଖୋଲ ପୋଲ । ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ପିପଲଗୁଡା ଛକ ଠାରୁ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ ସହ ଆମପାଣି ଠାରେ ସଞ୍ଜୋଗ ହେଉଥିବା ପୋଡାଖୋଲ ପୋଲ ଭୁଶୁଡି ଯାଇଛି । ଏହି ପୋଲ ଭୁଶୁଡିଯିବାର ମାତ୍ର କିଛି କ୍ଷଣ ପୂର୍ବରୁ ଏକ ଓମିନି କାର ପୋଲ ଅତିକ୍ରମ କରି ଥିଲା । କିନ୍ତୁ ସୋଉଭାଗ୍ୟ ବସତଃ କାହାର କିଛି କ୍ଷତି ହୋଇନାହିଁ ।

ସୂଚନା ଅନୁସାରେ ଆଜି ରବିବାର ସାପ୍ତାହିକ ବଜାର ଥିବାରୁ ଏକ କାର ଯୋଗେ କିଛି ସାମଗ୍ରୀ ନେଇ ବଡପୁଝାରୀଗୁଡା ପଟରୁ ପିପଲଗୁଡା ପଟକୁ ଯାଉଥିଲା । ଉଭୟ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ସହ ଜାତୀୟ ରାଜପଥ ସହ ସଞ୍ଜୋଗ କରୁଥିବା ଯୋଗୁଁ ଏହି ରାସ୍ତା ଅଞ୍ଚଳବାସୀଙ୍କ ଜୀବନ ରେଖା ପାଲଟିଛି । ଏବେ ଏହି ପୋଲ ଭୁଶୁଡି ପଡିବା ଯୋଗୁଁ ଏହି ଅଞ୍ଚଳର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

Comments are closed.