ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ

କଲମପୁର: ଲାଗି ରହିଛି ଲଗାଣ ବର୍ଷା। ଏହି ବର୍ଷାର ପ୍ରଭାବରେ ହାତୀନଦୀରେ ବନ୍ୟାର ପ୍ରଭାବ ଦେଖା ଦେଇଥିଲା। ନଦୀ କୂଳିଆ ଗାଁ ସବୁରେ ବନ୍ୟା ପାଣି ପଶି ଆସିଥିଲା। ବିରିପୁର ମାଟିଖାଲ ରାସ୍ତା ସମେତ ଇଛାପୁର ବାଲିଛଡା ଓ ଭେଲାଗାଁ ରାସ୍ତାରେ ପାଣି ପ୍ରବାହିତ ହେଇଥିଲା। କିଛି ଲୋକଙ୍କ ଘର ମଧ୍ୟ ଲଗାଣ ବର୍ଷାର ପ୍ରଭାବରୁ ଭାଙ୍ଗି ଯାଇଛି। ବନ୍ୟା ପରବର୍ତି ଅବସ୍ଥା ଦେଖିବା ଓ ବନ୍ୟାପ୍ରପିଡିତଙ୍କ ସହ ଆଲୋଚନା କରିବା ପାଇଁ ବୁଧବାର ଦିନ କଲମପୁର ବି.ଡି.ଓ ଏବଂ ତହସିଲଦାରଙ୍କ ସହ ଦିନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଦିନକିଆ କଲମପୁର ଗସ୍ଥରେ ଆସି ଥିଲେ। ଶ୍ରୀ ବାଗ ବନ୍ୟା ପ୍ରଭାବିତ ବାଲିଛଡା, ବିରିପୁର ଓ ମାଟିଖାଲ ପରିଦର୍ଶନ କରିଥିଲେ। ଲୋକଙ୍କ ସମସ୍ୟା ସମ୍ବନ୍ଧରେ ପଚାରି ବୁଝିବା ପରେ ତୁରନ୍ତ ସ୍ଥାନୀୟ ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କ ଏବଂ ତହସିଲଦାର କରିଶ୍ମା ବେଶ୍ରାଙ୍କ ସହ ଆଲୋଚନା କରି ତୁରନ୍ତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ଏହି ଗସ୍ଥ ସମୟରେ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ବ୍ଲକ ବି.ଜେ.ଡି ସଭାପତି ନବିନ କୁମାର ପଣ୍ଡା, କଲମପୁର କୃଷି ସମବାୟ ସମତିର ସଭାପତି ଶଙ୍କର୍ଶଣ ବେହେରା, ବରିଷ୍ଠ ନେତା ଚନ୍ଦ୍ରମଣି ନିଆଲ, ଅନୁସୁଚିତ ଜାତି ସେଲ ସଭାପତି ଚେରୁ ନାଏକ ଅଭିନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତମାନ ଲଗାଣ ବର୍ଷା ଲାଗି ରହିଛି ଓ ହାତୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି।

Comments are closed.