ସିଙ୍ଗାରୀ ଏବଂ ଦେବଗିରୀ ଜଙ୍ଗଲରେ ଏବେ ବାଘର ଆତଙ୍କ

କଲମପୁର: ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଜଙ୍ଗଲ ଅଂଚଳରେ ଏବେ ବାଘର ଭୟ ଦେଖା ଦେଇଛି। ଗତ ମାସକ ତଳେ ମଧ୍ୟ ଏକ ବାଘ ଘୋଡାବନ୍ଧା ଅଂଚଳରେ ଥିବା ଲୋକ ଦେଖି ଭୟଭିତ ହେଇ ପଡ଼ିଥିଲେ। ବର୍ତମାନ ପୁଣି ଦେପୁର ଦେବଗିରୀ ଜଙ୍ଗଲ ଅଂଚଳରେ ଦୁଇ ଗୋଟି ବାଘ ଥିବା ଲୋକେ ଦେଖି ଆତଙ୍କିତ ହେଇ ପଡ଼ିନ୍ତି। ରବିବାର ଦେପୁର ଗ୍ରାମର ଜନୈକ ବ୍ୟକ୍ତି ଡମ୍ବରୁଧର ମାଝୀ ଜଙ୍ଗଲକୁ କିଛି ଜାଳେଣୀ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ବାଉଁଶ ବୁଦା ମୁଳେ ଦୁଇ ଗୋଟି ବାଘ ଥିବା ଦେଖି ଆତଙ୍କିତହେଇ ପଡ଼ିଥିଲେ। କୌଣସି ଉପାୟ ନପାଇ ଭୟଭିତ ହେଇ ଦୌଡି ପଳାଇ ଆସୁଥିବା ବେଳେ ଏକ ପଥର ଉପରେ ପଡ଼ିଯାଇ ଆହତହେଇଥିଲେ। କୌଣସି ମତେ ଘରକୁ ଫେରିବା ପରେ କଲମପୁର ଗୋଷ୍ଠୀ ସ୍ୱ।।ସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି। ଅନ୍ୟ କିଛି ଲୋକଙ୍କ ସମେତ ମହିଳା ମାନେ ମଧ୍ୟ ବାଘକୁ ଦେଖିଥିବା ଆଲୋଚନା ହେଉଛି। ଅନ୍ୟପଟେ ଜଙ୍ଗଲ ର ପାଦ ଦେରେ ଥିବା ଗ୍ରାମବାସୀ ଏବେ ଆତଙ୍କିତ ହେଇ ପଡ଼ିଛନ୍ତି।

Comments are closed.