ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛଡ଼ାଗଲା ୩ ନାଗ ସାପ

କଲମପୁର: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଥାନା ଅଧିନସ୍ଥ ରେଙ୍ଗାଲପାଲି ଗ୍ରାମର ଗଜିନ୍ଦ୍ର ନାଏକ, ଆଇଲି ଗ୍ରାମର ଭଗବାନ ବାଗ ଏବଂ ଜଲତାମୁଣ୍ଡା ଗ୍ରାମରୁ ଉଦ୍ଧାର ହେଇଥିଲା ୩ ଗୋଟି ନାଗ ସାପ। ଏହି ଉଦ୍ଧାର ହେଇଥିବା ସାପକୁ କଲମପୁର ଅଂଚଳରେ ଥିବା ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ବରିଷ୍ଠ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ର ସାହୁଙ୍କ ସହଯୋଗରେ ଛାଡିଛନ୍ତି ରେଙ୍ଗାଲପାଲି ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିରଞ୍ଜନ ଶବର।

ସୁଚନା ଅନୁସାରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶ୍ରୀ ଶବର ଶନିବାର ଏବଂ ରବିବାର ମଧ୍ୟରେ ଏହି ସମସ୍ତ ଗ୍ରାମରୁ ସାପ ସବୁକୁ ଉଦ୍ଧାର କରି ରବିବାର ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି। ଅଂଚଳର ଦୁଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ର ଏବଂ ନିରଞ୍ଜନ ବହୁ ଲୋକଙ୍କ ଘରରୁ ସାପ ସବୁକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡୁଥିବାରୁ ଉଭୟ ମାନବ ଜୀବନ ଏବଂ ସାପର ଜୀବନ ସୁରକ୍ଷିତ ରହି ପାରୁଛି। ତେଣୁ ସାଧାରଣରେ ଉଭୟ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ପ୍ରଶଂସା କରାଯାଉଛି। ରେଙ୍ଗାଲପାଲି ଗ୍ରାମରୁ ଉଦ୍ଧାର ହେଇଥିବା ନାଗ ସାପଟିର ବର୍ଣ୍ଣ ସମ୍ପୂର୍ଣ୍ଣ ଧଳା। ଯାହାକି ଏହି ଅଂଚଳ ପାଇଁ ବିରଳ।

Comments are closed.