ବଙ୍କାପଲା ପାଳିତ ହେଲା ୭୩ତମ ବନୋମହୋତ୍ସବ

କଲମପୁର: ଦୈନିକ ଖବରକାଗଜ ‘ସମାଜ’ର ସେବା ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୁଳ ରାମପୁର ବନାଂଚଳ ଅଧିନସ୍ଥ ବଙ୍କାପଲା ଠାରେ ୭୩ ତମ ବନୋମହୋତ୍ସବ ପାଳିତ ହେଇଯାଇଛି। ବଙ୍କାପଲା ଗ୍ରାମ କମିଟି ଓ ବନ ବିଭାଗର ସହଯୋଗରେ ବଙ୍କାପଲା ନୁତନ ଏଳ ପଡ଼ିଆ ଠାରେ ବନୋମହୋତ୍ସବ ପାଳନ କରାଯାଇଛି। ବଙ୍କାପଲା ଗ୍ରାମ କମିଟିର ସଭାପତି ଦୁଷ୍ମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନୋମହୋତ୍ସବରେ ବରିଷ୍ଠ ଶିକ୍ଷାବିତ୍‍ କାଳିନ୍ଦ୍ରୀ ମୋହନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ କଲମପୁର ବନପାଳ ଭୁବନେଶ୍ୱର ବେହେରା ଯୋଗ ଦେଇଥିଲେ।

ଗ୍ରାମର ନବ ନିର୍ମିତ ଖେଳ ପଡ଼ିଆର ପ୍ରତ୍ୟେକ ଦିଗରେ ଗଛ ଲଗାଯାଇଛି। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ନଡିଆ, ଆମ୍ବ, ନିମ୍ବ, କୃଷ୍ଣଚୁଡା ଆଦି ଚାରା ସବୁ ରୋପଣ କରାଯାଇଛି। ଅନ୍ୟତମ ଅତିଥି ଭାବେ ଗ୍ରାମର ଚନ୍ଦ୍ରହାସ୍ୟ ବଚ୍ଛା, ବିଜନ ସୁନ୍ଦର ପଣ୍ଡା ବନରକ୍ଷୀ ଲଳିତ ନାଏକ, ସୁରେନ୍ଦ୍ର ଶବର, ସହଯୋଗୀ କୌଶିକ କଟ୍ଟା, ମିଲନ ମାଝୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣରେ ସକ୍ରିୟ ସହଯୋଗ କରିଥିଲେ। ‘ସମାଜ’ ଖବର କାଗଜର ବ୍ଲକ ପ୍ରତିନିଧି ରବୀନ୍ଦ୍ର ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଗଣତନ୍ତ୍ର କୁମାର, ସୌନକ କୁମାର, ବାଳଗୋପାଳ ବାଗ, ପୁସ୍ତମ ବିହାର, ଘାଷିରାମ ମାଝୀ ଅଗସ୍ତୀ ମାଝୀ, ସାନ ନାଗ, ଗୁପତ କୁମାର, ନିତେଶ କୁମାର, ଭୈରବ ମାଝୀ, କୁରୁକ୍ଷେତ୍ର ମାଝୀ, ବେଲାଳସେନ କୁମାର, ଦେବୀ ପ୍ରସାଦ ପୁଝାରୀ, ନିଳାମ୍ବର ନାଗ ପ୍ରମୁଖ ଯୁବ ଗୋଷ୍ଠୀ ବୃକ୍ଷ ରୋପଣ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।

Comments are closed.