ପରିଶ୍ରମ କରି ପାରିଶ୍ରମିକ ପାଇବାରେ ବିଳମ୍ବ

କଲମପୁର: ଅର୍ଥର ଅଭାବ ଯୋଗୁଁ ଏବେ ଦୁର୍ଦିନରେ ଶ୍ରମିକ ପରିବାର। ପରିଶ୍ରମ କରି ପାରିଶ୍ରମିକ ପାଇବାରେ ବିଳମ୍ବ। ପୁଣି ଖୋଦ୍ ସରକାରୀ ସଂସ୍ଥା ଦ୍ୱାରା ଚୁକ୍ତିବଦ୍ଧ ଗୋଷ୍ଠୀ ଦ୍ୱାରା ପାରିଶ୍ରମିକ ଦେବାରେ ବିଳମ୍ବ। ଫଳରେ ସରକାରୀ ଯୋଜନାର କାର୍ଯ୍ୟକାରୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆଜି ବିଶ୍ୱ ପ୍ସିଦ୍ଧ ରଥଯାତ୍ରା ସହର ଠାରୁ ପଲ୍ଲ୍ୀ ଆନନ୍ଦ ଉତ୍ସବରେ ଥିବା ବେଳେ କୋଟାଗାଁ ଧାନ ମଣ୍ଡିରେ ଧାନ ବୋଝେଇ କାର୍ଯ୍ୟରେ ନିୟୋଜିତ ରମିକ ପରିବାର ଅର୍ଥ ଅଭାବ କାରଣରୁ ଏବେ ଦୁଃଖରେ ଜୀବନ କାଳାତିପାତ କରୁଛନ୍ତି।
ସୁଚନା ଅନୁସାରେ କୋଟାଗାଁ ଧାନ ମଣ୍ଡି ପରି·ଳନା ଦାୟିତ୍ୱ କୋଟାଗାଁରେ ଥିବା ମାଁ ମଙ୍ଗଳା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କର। ଏହି ଧାନ ମଣ୍ଡିରୁ ଚାଷୀଙ୍କ ଠାରୁ କ୍ରୟ ହେଉଥିବା ଧାନକୁ ଟ୍ରକରେ ବୋଝେଇ ପାଇଁ କୋଟାଗାଁ, ବଲାଗାଁ, ଧନପୁର, ବେଲଗୁଡା ଓ ଘୋଲିଜୁବା ଗ୍ରାମର ୬୦ରୁ ଅଧିକ ଶ୍ରମିକ ନିୟୋଜିତ ହେଇଥିଲେ। ଗତ ମଇ ମାସ ୨୮ ତାରିଖରୁ ଜୁନ ମାସ ୧୧ ତାରିଖ ପର୍ଯ୍ୟନ୍ତ ମଣ୍ଡିରେ ବିଭିନ୍ନ ଟ୍ରକରେ ଧାନ ବୋଝେଇ କରିଥିଲେ। ଦୀର୍ଘ ୧୪ ଦିନ ମଧ୍ୟରେ ୩୫୦ ଜଣ ଚାଷୀଙ୍କ ୨୩,୯୫୦ କ୍ୱିଣ୍ଟାଲ ଧାନ ବୋଝେଇ କରିଥିଲେ। ଶ୍ରମିକଙ୍କ ପାରିଶ୍ରମିକ ବାବାଦକୁ କ୍ୱିଣ୍ଟାଲ ପ୍ରତି ୧୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସେମାନେ ପ୍ରାୟ୨,୪୦.୦୦୦ ଟଙ୍କା ପାରିଶ୍ରମିକ ପାଇବେ। କିନ୍ତୁ ମଣ୍ଡି ଶେଷ ହେବାର ଦୀର୍ଘ ୨୦ ଦିନ ବିତି ସାରିଥିଲେ ମଧ୍ୟ ଟଙ୍କାଟିଏ ମଧ୍ୟ ପାରିଶ୍ରମିକ ପାଇ ନାହାଁନ୍ତି ମଣ୍ଡି ଶ୍ରମିକ। କିନ୍ତୁ ପରିତାପର ବିଷୟ ସରକାରଙ୍କ ଦ୍ୱାରା ଚୁକ୍ତିବଦ୍ଧ ସଂସ୍ଥା ମାଧ୍ୟମରେ ପରିଶ୍ରମ କରିଥିଲେ ମଧ୍ୟ ପାରିଶ୍ରମିକ ପାଇବାରେ ବିଳମ୍ବ କରିବା ପରିତାପର ବିଷୟ।

ସୂଚନା ଯୋଗ୍ୟ ଯେ ସରକାର ବହୁ ମହିଳା ଗୋଷ୍ଠୀଙ୍କ ଆର୍ôଥକ ଅବିବୃଦ୍ଧି କରିବା ପାଇଁ ଚାଷୀଙ୍କ ଧାନ କ୍ରୟ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଏଥିପାଇଁ ସରକାରଙ୍କ ମହିଳା ଗୋଷ୍ଠୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ୩୦ ଟଙ୍କା କମିଶନ ଦିଆଯାଉଛି। ଏହାବାଦ ଶ୍ରମିକ ଓ ଅଖା ବସ୍ତା ଓ ସୁତୁଲି ବାବଦକୁ ମଞ୍ଜୁର କରାଯାଉଛି। କିନ୍ତୁ ଗତ ଖରିଫ ଫସଲର ପ୍ରାପ୍ୟ ଏଯାଏଁ ମହିଳା ଗୋଷ୍ଠୀଙ୍କୁ ମିଳିନଥିବାରୁ ମହିଳା ଗୋଷ୍ଠୀ ମଧ୍ୟ ଆର୍ଥିକ ସଙ୍କଟରେ ରହିଛନ୍ତି। ତେଣୁ ଆଗାମୀ ଦିନରେ ପ୍ରଶାସନ ଏôତପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Comments are closed.