ଝାଡା ବାନ୍ତିରେ ପୁଣି ଜଣକର ମୃତ୍ୟୁ

0

କଲମପୁର : ଥୁଆମୁଳ ରାମପୁର ଅଞ୍ଚଳରେ ଦିନକୁ ଦିନ ଝାଡା ବାନ୍ତି ବୃଦ୍ଧି ପାଉଛି। ଚିକତ୍ସା ଅବହେଳାରୁ ମୃତ୍ୟୁ ହେଉଥିବା କୁହାଯାଉଛି। ଗତ ୧୦ ଦିନ ପୂର୍ବରୁ ସିଲେଟ ପଞ୍ଚାୟତର ରୁପେନ ଗାଁର ମା ଝିଅ ଏହି ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁ ବରଣ କରିଥିବା ବେଳେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଜଣକର ମୃତ୍ୟୁ ହେବା ଭଳି ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁସାରେ ଗତ ଅକ୍ଟୋବର ୨୨ ଓ ୨୪ ତାରିଖ ଦିନ ଗାଁର ଗୋଟିଏ ପରିବାର ଦୁଇ ସଦସ୍ୟ (ମାଁ ଓ ଝିଅ) ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁ ହେଇଥିଲା। ଏହାସହ ଏହି ରୋଗରେ ଆକ୍ରାନ୍ତ ହେଇଥିବା ଅନ୍ୟ ୫ଜଣ ରୋଗୀ ମଧ୍ୟ ଗାଁରେ ଥିବା ସୂଚନା ମିଳିଥିଲା। ୧୦ ଦିନ ପରେ ଝାଡା ବାନ୍ତି ରୋଗ ପ୍ରଭାବ ଥିବା ନେଇ ସୂଚନା ପାଇବା ପରେ ଗତ ମଙ୍ଗଳବାର ଦିନ ଏକ ଚିକିତ୍ସକ ଦଳ ଗାଁରେ ପହଞ୍ଚି ରୋଗରେ ଆକ୍ରାନ୍ତଙ୍କ ଚିକିତ୍ସା କରିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଏହି ରୋଗରେ ଆକ୍ରାନ୍ତ ହେଇ ପାଲୁ ମାଝି ନାମକ ୨୫ ବର୍ଷିୟ ଯୁବକର ମୃତ୍ୟୁ ହେଇଛି। ଏନେଇ ସୂଚନା ପାଇବା ପରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ତିଆଡିଙ୍କ ନିର୍ଦ୍ଦେଶକ୍ରମେ ଥୁଆମୁଳ ରାମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅବିନାଶ ରଥଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ଝାଡା ବାନ୍ତି ପ୍ରଭାବିତ ରୁପେନ ଗାଁ ରେ ପହଞ୍ଚି ଝାଡା ବାନ୍ତି ଦ୍ୱାରା ଆକ୍ରାନ୍ତ ହେଇଥିବା ସୂର୍ଯ୍ୟ ମାଝୀ ୭ ବର୍ଷ ମାନ୍ଦାରାଣୀ ମାଝୀ ୩୦ ବର୍ଷ, ତିଳଦେଈ ମାଝୀ ୬୫ ବର୍ଷ ସାନଦେଈ ମାଝୀ ୨୭ ବର୍ଷ ପ୍ରମୁଖଙ୍କୁ ଚିକିତ୍ସା କରିବା ସହ ନିକଟସ୍ଥ କେରପାଇ ଠାରେ ସ୍ୱାସ୍ଥ୍ୟ ସ୍ୱାରାଜ ଦ୍ୱାରା ପରି•ଳିତ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିବା ଗୋଷ୍ଠି ସ୍ୱାସ୍ଥୟ କେନ୍ଦ୍ର ଅଧିକାରୀ ଡାକ୍ତର ରଥ ସୂଚନା ଦେଇଛନ୍ତି।

Leave A Reply