୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

କଲମପୁର : ଦାସିଗାଁ ଏକ ଜମି ଦେଇ ଜନ ବସତି ଆଡକୁ ଆସୁଥିବା ଏକ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଅଜଗର ସାପକୁ ଲୋକେ ଦେଖି ଭୟଭୀତ ହୋଇ ପଡିଥିଲେ। କିଛି ଲୋକ ଅଜଗରକୁ ମାରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଅନ୍ୟ କିଛି ଲୋକ ତୁରନ୍ତ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ର ସାହୁଙ୍କୁ ସୁଚନା ଦେଇଥିଲେ। ସୁଚନା ପାଇବା ପରେ ଶ୍ରୀ ସାହୁ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଥିଲେ। ସେତେବେଳକୁ ଏକ ଜମି ମଧ୍ୟ ଦେଇ ଏକ ଗଛ ବୁଦା ଆଡକୁ ଅଜଗର ଚାଲିଯାଇଥିଲା। କିନ୍ତୁ ବିରେନ୍ଦ୍ର କୌଶଳ କ୍ରମେ ଅଜଗରକୁ ଟାଣି ଆଣିଥିଲେ।
ଏହି ଅଜଗର ୧୧ ଫୁଟ ଲମ୍ବ ହୋଇଥିବା ବେଳେ ପ୍ରାୟ ୧୧ କେ.ଜି ଓଜନ ହୋଇଥିଲା।  ଅଜଗରକୁ ସୁରକ୍ଷିତ ଭାବେ ନିକଟସ୍ଥ ସିଙ୍ଗାରୀ ଜଙ୍ଗଲରେ ଛାଡି ଦେଇଛନ୍ତି । ସୁଚନା ଯୋଗ୍ୟ , ମଇ ମାସ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଂଚଳରେ ସାପର ପ୍ରାଦୁର୍ଭାବ ଦେଖା ଦେଇଥାଏ। ଲୋକ ଭୟଭୀତ ହୋଇ ସାପ ସବୁକୁ ମାରି ଦେଇଥାନ୍ତି। ଅନେକ ସ୍ଥଳେ ସାପ ମଧ୍ୟ ନିଜର ସୁରକ୍ଷା ପାଇଁ ଲୋକଙ୍କୁ କାମୁଡି ଥାଏ। କିନ୍ତୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏହି ଅଂଚଳର ସାପ ସବୁକୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥାନ୍ତି। ଯେଉଁଥିପାଇଁ ବିରେନ୍ଦ୍ରଙ୍କ ଏହି ସେବା କାମ ପାଇଁ ଅନେକ ଲୋକ ପ୍ରଶଂସା କରିଥାନ୍ତି।  ବିରେନ୍ଦ୍ରଙ୍କ ସାପ ଉଦ୍ଧାର କାର୍ଯ୍ୟ କେବଳ ନିଶା। ଏହା ତାଙ୍କର ପେଷା ନୁହେଁ। କିନ୍ତୁ ଜଣେ ତାଲିମ ପ୍ରାପ୍ତ ସାପ ଉଦ୍ଧାରକାରୀ ଭାବେ ସରକାର ତାଙ୍କୁ ନିୟୋଜନ କଲେ ବହୁ ଲୋକ ସାପ କାମୁଡାରୁ ବର୍ତି ଯିବେ ଓ ସାପ ସବୁ ମଧ୍ୟ ସୁରକ୍ଷିତ ରହି ପାରେବେ ବୋଲି ଅଞ୍ଚଳବାସୀ କହିଛନ୍ତି।

Comments are closed.