ପୁଣି ଗୁରୁଙ୍କ ନାମରେ କଳଙ୍କର ଛିଟା, ଅସାଦାଚରଣ ନେଇ ଛାତ୍ରୀ କଲେ ଅଭିଯୋଗ

କଲମପୁର: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣ ଗୁରୁ ଦେବ ମହେଶ୍ୱର, ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ। ଗୁରୁ ପିତା ସମାନ। କିନ୍ତୁ ସେଇ ଗୁରୁଙ୍କ ନା ରେ ଦିନକୁ ଦିନ ନିନ୍ଦା ବାଜଣା ବାଜିବା ଗୁରୁଙ୍କ ନାଁ ରେ ନିଜ କନ୍ୟା ତୁଲ୍ୟ ଛାତ୍ରୀଙ୍କୁ ଅସାଦାଚରଣ କରିବା ଭଳି ଅଭିଯୋଗ ଆସିବା ପରିତାପର ବିଷୟ। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ବଣ ପାହାଡ ଘେରା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପିନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ। ଗୋପିନାଥପୁର ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି। ଏହେି ବିଦ୍ୟାଳୟ ତଫସିଲଭୁକ୍ତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ରହିଛି। ଏହି ଛାତ୍ରୀ ନିବାସରେ ରହୁଥିବା ୬ଜଣ ଅନ୍ତେବାସୀ ସଂପ୍ୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ପ୍ରଧାନ ଶିକ୍ଷକ ଶଶିଧର ନାଏକ ଅନେକ ସମୟରେ ଛାତ୍ରୀ ନିବାସକୁ ଯାଇ ଛାତ୍ରୀମାନଙ୍କୁ ଅସାଦାଚରଣ କରିବା ସହ ଏନେଇ ପ୍ରତିବାଦ କଲେ ସାର୍ଟିଫିକେଟ ଦେଇ ବିଦ୍ୟାଳୟରୁ ତଡି ଦେବାର ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକଙ୍କ ଆଚରଣରେ ଅତିଷ୍ଟ ହେଇ ୬ ଜଣ ଛାତ୍ରୀ ଛାତ୍ରୀ ନିବାସ ଛାଡି କାନ୍ଦି କାନ୍ଦି ନିଜ ଘରକୁ ଫେରିଯାଉଥିବା ବେଳେ କିଛି ଗ୍ରାମବାସୀ ସେମାନଙ୍କୁ ଅଟକାଇ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ। ଏହାପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୋମେଶ୍ୱର ବେହେରା ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କ ସୁରକ୍ଷାର ପ୍ରତିଶୃତି ଦେଇ ସ୍ଥାନୀୟ ଓ.ଏଲଏମ ଗୃହରେ ରଖି ବିଦ୍ୟାଳୟରେ ପ୍ରଦତ୍ତ ଟୋଲଫ୍ରି ନମ୍ବରରେ ଅଭିଯୋଗ ଦାଖଲ କରିଥିଲେ।

 

ଏହି ଅଭିଯୋଗ ପାଇବା ପରେ ଜିଲା ପ୍ରଶାସନକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଥିଲା। ଏହି ନିର୍ଦ୍ଦେଶ ମୁତାବକ ଜିଲା ତଫସିଲଭୁକ୍ତ ଜାତି ଜନଜାତି ମଙ୍ଗଳ ବିଭାଗ ଅଧିକାରୀ ଅରବିନ୍ଦ ରାୟ, ବ୍ଲକ ଜନ ମଙ୍ଗଳ ଅଧିକାରୀ ଗଙ୍ଗାଧର ପାତ୍ର, ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବିଜୟ କୁମାର ଦେହୁରୀ ପ୍ରମୁଖ ପହଞ୍ଚି ଛାତ୍ରୀମାନଙ୍କ ଠାରୁ ଅଭିଯୋଗ ଶୁଣିଥିଲେ। ଶିକ୍ଷକ ଶ୍ରୀ ନାଏକ ଛାତ୍ରୀମାନେ ଗାଧୋଉଥିବା ବେଳେ ଦେଖିବା ସହ ପୋଷାକ ବଦଳାଉଥିବା ବେଳେ କୋଠରୀ ଭିତରକୁ ପଶି ଛାତ୍ରୀଙ୍କ ଶରୀରକୁ ଛୁଇଁବା ସହ ଅଶ୍ଳିଳ ଆଚରଣ କରୁଥିବା ନେଇ ଛାତ୍ରୀମାନେ ଅଧିକାରୀମାନଙ୍କୁ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ତୁରନ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାଏକଙ୍କୁ ଛାତ୍ରୀ ନିବାସ ଦାଇତ୍ୱ ମୁକ୍ତ କରାଯିବା ସହ ଅନ୍ୟ ଜଣେ ଶିକ୍ଷୟତ୍ରୀ ଆହ୍ଲାଦିନୀ ମଣି ବାଗଙ୍କୁ ଦାଇତ୍ତ୍ବ ଦିଆଯାଇଛି। ଏହାସହ ପୁଲିସ ଥାନା ଅଧିକାରୀ ଗୋବିିନ୍ଦ ମାଝୀ ବିଦ୍ୟାଳୟରେ ପହଞ୍ଚି ଆନୁସଙ୍ଗିକ ତଦନ୍ତ କରିବା ସହ ଶିକ୍ଷକ ଶ୍ରୀ ନାଏକଙ୍କୁ ପୁଲିସ ହେପାଜତକୁ ନେଇଛନ୍ତି। ଥାନାରେ ଶିକ୍ଷକ ଥିବା ବେଳେ ବିଡିଓ ଶୁଭକାନ୍ତ ନାଏକ ମଧ୍ୟ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ। ଏନେଇ ସମ୍ପୃକ୍ତ ଶିକ୍ଷକ ଶଶିଧର ନାଏକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏ ଘଟଣାରେ ଛାତ୍ରୀ ମାନଙ୍କ କିଛି ଭୁଲ ନାହିଁ। ସେମାନଙ୍କୁ ମତାଇ ଏଭଳି ସଙ୍ଗିନ ଅଭିଯୋଗ କରାଯାଇଛି। ଏହା ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ସୂଚନା ଦେଇଛନ୍ତି।
ସୁଚନାଯୋଗ୍ୟ ଯେ, ଶିକ୍ଷକ ଶଶିଧର ନାଏକଙ୍କ ନାମରେ ପୂର୍ବରୁ କର୍ତ୍ତବ୍ୟରେ ଅବହେଳା କରୁଥିବା ଦର୍ଶାଇ ଗତ କିଛି ବର୍ଷ ତଳେ ତତ୍କାଳୀନ ଶିକ୍ଷା ଅଧିକାରୀ ଚାକିରୀରୁ ନିଲମ୍ବିତ କରିଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ଲୁକ୍କାୟିତ ତଥ୍ୟ ଲୋକ ଲୋଚନକୁ ଆସି ପାରିବ।

Comments are closed.