ବସ୍ ଧକ୍କାରେ ବାଇକ ଆରୋହୀ ଗୁରୁତର

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ବାବୁ କେନ୍ଦୁଗୁଡା ନିକଟରେ ଏକ ଯାତ୍ରୀ ବାହୀ ବସ୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଦେପୁର ଗ୍ରାମର ଅନନ୍ତ ଚଣ୍ଡୀ ନାମକ ଜଣେ ବ୍ୟକ୍ତି କଲମପୁରକୁ ଆସି ଦେପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଯାତ୍ରୀ ବାହୀ ବସ୍ ଅନନ୍ତଙ୍କୁ ଧକ୍କା ଦେଇଥିଲା।ଫଳରେ ଅନନ୍ତ ବାଇକରୁ ଛିଟିକି ପଡ଼ି ଗୁରୁତର ଆହତ ହେଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ସମାଜସେବୀ ତଥା ବାଵୁ କେନ୍ଦୁଗୁଡା ଜ୍ୟୋତି ଫୁଲେ ଯୁବକ ସଂଘର ସଭାପତି ନବ କିଶୋର ନାଗ ବିଶ୍ବ ରଞ୍ଜନ ନାଏକ ଓ ସୂର୍ଯ୍ୟ ପ୍ରତାପଙ୍କ ସହଯୋଗରେ ଏକ ବାଇକ୍ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.