ଅବକାରୀ ବିଭାଗ ଚଢ଼ାଉ,୯ ଗିରଫ

କଲମପୂର: ଆଗକୁ ନିର୍ବାଚନରେ ବେଆଇନ ମଦ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଦଉ ଜାରି ରହିଛି। ବିଶ୍ୱସ୍ତସୂତ୍ରରୁ ଖବର ଲଗାଇ ବେଆଇନ ମଦ ପ୍ରସ୍ତୁତ, ବିକ୍ରି ଓ ମହଜୁଦକୁ ତୀକ୍ଷ୍ନ ନଜର ରଖିଛି। ଆଜି ଜୟପଟଣା ବ୍ଳକରୁ ବେଆଇନ ବିଦେଶୀ ମଦ ଗଛିତ କରିଥିବା ନେଇ ଜଣକୁ ଗିରଫ କରିଥିବା ବେଳେ ତା ଠାରୁ ୧୭ ଲିଟର ବିଦେଶୀ ମଦ ଜବତ କରିଛି। ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଭବାନିପାଟଣା, କେଗାଁ ଗୋଲାମୁଣ୍ଡା,ନର୍ଲା, ମଦନପୁର ରାମପୁର, ଜୁନାଗଡ଼, ଜୟପଟଣା ଓ ଥୁଆମୁଲ ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ଆଦି ୧୧ଟି ସ୍ଥାନରେ ଚଢ଼ାଉ କରି ମଦ ଜବତ କରାଯାଇଥିଲା। ସେଥି ମଧ୍ୟରୁ ମାତ୍ରାଧିକ ବେଆଇନ ମଦ ମହଜୁଦ ନେଇ ୯ ଜଣକୁ ଗିରଫ କରାଯାଇଛି। ତାଂକ ଠାରୁ ୧୦୫ ଲିଟର ଦେଶୀ ମହୁଲି ମଦ, ୨୫.୬୦୦ଲିଟର ବିଦେଶୀ ମଦ ଓ ୧୩ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ନିର୍ବାଚନରେ ବହୁଳ ମଦ କାରବାର ହେବାର ସମ୍ଭାବନା ଥିଲେ ଏହାକୁ ଅବକାରୀ ବିଭାଗ କେତେ ରୋକି ପାରୁଛି ତାହା ଆଗାମୀ ଦିନରେ ଜଣାପଡିବ।

Comments are closed.