ପଡୋଶୀ ଆକ୍ରମଣରେ ପଡୋଶୀ ଗୁରୁତର

କଲମପୁର: ବନ୍ଧକନା ଗ୍ରାମରେ ଘଟିଛି ଏକ ଅଘଟଣ। ଦୁଇ ପଡୋଶୀ ଦୁର୍ଯ୍ୟୋଧନ ସରାଫ ଓ ଚୈତନ୍ୟ ପୁଝାରୀ ମଦ୍ୟପାନ କରି ନିକଟସ୍ଥ କର୍ଲାପଡାକୁ ଯାଇଥିଲେ। ସେଠାରେ ପୁଣି ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା। ଏହି ବଚସା ଉଗ୍ର ରୁପ ନେଇଥିଲା। ଯାହାରି ଫଳରେ ପଡୋଶୀ ଦୁର୍ଯୋ୍ୟଧନ ସରାଫ ନିଶାଶକ୍ତ ଅବସ୍ଥାରେ ଚୈତନ୍ୟକୁ ଆକ୍ରମଣ କରିଥିଲା। ଚୈତନ୍ୟର ଗୋଡ ଏବଂ ମୁଣ୍ଡରେ ପ୍ରବଳ ମାଡ ହେବାରୁ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡର ଦୁଇଟି ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ମଦ ନିଶା ଏବଂ ମୁଣ୍ଡ ଓ ଗୋଡରେ ପ୍ରବଳ ମାଡର ଆଘାତରେ ଚୈତନ୍ୟ ରାତିରେ ଆଉ ଘରକୁ ଫେରି ପାରିନଥିଲା। ସେ ଘଟଣାସ୍ଥଳରେ ପଡି ରହିଥିଲା। ଏନେଇ ପରିବାର ଲୋକ ମଙ୍ଗଳବାର ସକାଳେ ଜାଣିବା ପରେ ଚୈତନ୍ୟକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଛି।

Comments are closed.