ଗଛରେ ଫାଶୀ ଦେଇ ଯୁବକଙ୍କ ଆତ୍ମହତ୍ୟା

କଲମପୁର: କଲମପୁର ଅଂଚଳରେ ଜନୈକ ଯୁବକ ଏକ ଗଛରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ଘୋଡାବନ୍ଧା ଗ୍ରାମର ବିଜୟ ମାଝୀ ନମକ ଜନୈକ ଯୁବକ ନିକଟସ୍ଥ ସୁନାଡଙ୍ଗରୀ ଗ୍ରାମକୁ ଟୋକି ପରବ ଦେଖିବାକୁ ଯାଇଥିଲା। ସେଠାରେ ପରବ ଦେଖି ସାରିବା ପରେ ସୋମବାର ସଂଧ୍ୟାରେ କୌଣସି କାରଣରୁ ସୁନାଡଙ୍ଗରୀର ଏକ ଗଛରେ ଫାଶି ଦେଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ଏ ଘଟଣା କିଛି ଲୋକ ଦେଖି ବିଜୟର ପରିବାର ଲୋକଙ୍କୁ ସୁଚନା ଦେବା ସହ ଗୁରୁତର ଅବସ୍ଥାରେ ବିଳମ୍ବିତ ରାତିରେ ତାକୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ବିଜୟର ମୃତ୍ୟୁ ଘଟିଥିଲା। ଏନେଇ କଲମପୁର ପୁଲିସ ଫାଣ୍ଡିକୁ ସୁଚନା ଦେବା ପରେ ଏକ ଅପମୃତ୍ୟୁ ଜନିତ ମାମଲା ରଜୁ କରାଯାଇଛି।

Comments are closed.