ବିଜେଡିରେ ସାମିଲ ହେଲେ ଅନ୍ୟ ଦଳର କର୍ମୀ

କଲମପୁର: ଥୁଆମୂଳ ରାମପୁର ବ୍ଲକ ବିଜେଡି ପକ୍ଷରୁ ଜିଲ୍ଲା ପରିଷଦ ଜୋନ ସ୍ତରୀୟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଥିବା ନବକିଶୋର ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ମାଝୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ବ୍ଳକର ୨ନଂ ଜୋନର ପଞ୍ଚାୟତସ୍ତରୀୟ ବିଜେଡି କର୍ମୀକୁ ନେଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନୀ ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ବ୍ଲକର ୨ନଂ ଜୋନ୍ ଅଧିନସ୍ଥ ୧୦ ଗୋଟି ପଞ୍ଚାୟତର ବିଜେଡି ସଭାପତି ମାନଙ୍କୁ ଦଳ ପକ୍ଷରୁ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ କିପରି ନିଜକୁ ପ୍ରସ୍ତୁତ କରିବେ ସେନେଇ ଆଲୋଚନା ଯାଇଥିଲା। ଏଥି ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମନ୍ତ୍ରୀ ଶ୍ରୀ ଦାଶ, ଜିଲ୍ଲା ସଭାପତି ଶ୍ରୀ ସିଂଦେଓ, ବିଧାୟକ ଶ୍ରୀ ଦିଶାରୀଙ୍କ ଉପସ୍ଥିତିରେ ନୂତନ ଭାବେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ପରେ ବ୍ଲକର ୨ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଦଳର ଆଶାୟୀ ପ୍ରାର୍ଥୀମାନେ ଜିଲ୍ଲା ସଭାପତିଙ୍କୁ ନିଜନିଜର ଦରଖାସ୍ତ ପ୍ରଦାନ କରିଥିଲେ।ବ୍ଲକ ସଭାପତି କପିଳାସ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଏହି କର୍ମୀ ସମାବେଶରେ ବ୍ଳକ ବିଜୁ ଯୁବ ଜନତା ଦଳ ସଭାପତି ଫଟୁସିଂ ଭୋଇ, ଯୁବନେତା ନରେନ୍ଦ୍ର ନାଏକ, ବିଜୁ ଛାତ୍ର ସଭାପତି ସୁଜନ ନାଏକ, ବିଜୁ ଛାତ୍ର ଜିଲ୍ଲା ସମ୍ପାଦକ ଚନ୍ଦନ ନାଏକ, ସୁଶାନ୍ତ ମାଝୀ, ସୁଭମ ନାଏକ, ସୁଶୀଲ କୁମାର ନାଏକ, ବିଜୁ ମହିଳା ନେତ୍ରୀ ଯଶୋବନ୍ତୀ ନାଏକ, ସରୋଜିନୀ ମାଝୀଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Comments are closed.