ଥୁଆମୁଳ ରାମପୁରରେ ବଢୁଛି ଶୀତ, ଖସୁଛି ପାରଦ

କଲମପୁର: କଳାହାଣ୍ଡି ଜିଲ୍ଲାର କାଶ୍ମୀର ତଥା ଭୂସ୍ବର୍ଗ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକରେ କିଛିଦିନ ହେବ ଶୀତ ତାର ପ୍ରକୋପ ବଢାଇ ଚାଲିଛି। ଦିନକୁ ଦିନ ତାପମାତ୍ରାରେ ପାରଦ ତଳକୁ ତଳ ଖସିବାରେ ଲାଗିଛି। ଫଳରେ ଏଠାରେ ଜନଜୀବନ ଅସହ୍ୟ ହୋଇପଡିଛି। ରାତିରେ ତାପମାତ୍ରା କମିବାରେ ଲାଗିଛି। ଦିନରେ ମଧ୍ୟ ଶୀତର ଲହରୀ ପ୍ରବାହିତ ହେଉଥିବା ଯୋଗୁଁ ଦିନ ତମାମ ଶୀତ ବସ୍ତ୍ର ପରିଧାନ କରିବାକୁ ପଡୁଛି। ଏହି ସମୟରେ ନିଆଁ ହିଁ ଜୀବନ ପ୍ରଦାନକାରୀ ସାଧନ ପାଲଟିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜାଳୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପାରଦ ୨.୫ ଡିଗ୍ରିକୁ ଖସିଥିବା ବେଳେ ଆଗକୁ ଏହି ପାରଦ ଆହୁରି ତଳକୁ ଖସିବ ବୋଲି ପୂର୍ବାନୁମାନ କରାଯାଉଛି। ଥୁଆମୁଳ ରାମପୁର ବ୍ଲକରେ ଏଭଳି ହେବା କିଛି ନୁଆ ନୁହଁ। ବେଳେବେଳେ ପାରଦ ତଳକୁ ଖସିଖସି ୧ରୁ ୦ ଡିଗ୍ରି ତଳକୁ ଖସିଥିବା ଏଠିକାର ଲୋକେ ଅନୁଭବ କରିଛନ୍ତି।

Comments are closed.