ପ୍ରମୁଖ ଦାବୀ ପୁରଣ ପରେ ଡ୍ରାଇଭର ମହାସଂଘର ବିଜୟ ଉତ୍ସବ

କଲମପୁର: ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘ ୧୦ ଦଫା ଦାବୀ ପୁରଣ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ। ଏଥିପାଇଁ ରିତିମତ ଆନ୍ଦୋଳନ କରି ଚାଲିଥିଲା ଡ୍ରାଇଭର ମହାସଂଘ। ଶନିବାର ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭର ମହାସଂଘ ଦେଇଥିବା ୧୦ ଦଫା ଦାବୀ ମଧ୍ୟରୁ ପ୍ରମୁଖ ୫ ଗୋଟି ଦଫା ପୁରଣ ନେଇ ପ୍ରତିଶୃତି ଦେଇଛନ୍ତି। ପ୍ରମୁଖ ଦାବୀ ଡ୍ରାଇଭରଙ୍କୁ ବୀମା ଭୁକ୍ତ କରାଯାଇ ଦୁର୍ଘଟଣାର ଶିକାର ହେଇ ଶାରିରୀକ ଅକ୍ଷମ ହେଲେ ଅଥବା ମୃତ୍ୟୁ ବରଣ କଲେ ପିଡିତର ପରିବାରକୁ ୨୦ ଲକ୍ଷଟଙ୍କାର ଆର୍ôଥକ ସହାୟତା କରାଯାଉ। ଏହି ଦାବୀ ସମେତ ଅନ୍ୟ ୪ଗୋଟି ଦାବୀ ପୁରଣ କରାଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯିବା ପରେ କଲମପୁର ବ୍ଲକ ଡ୍ରାଇଭର ମହାସଂଘ ତରଫରୁ କଲମପୁର ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଜୟ ଉତ୍ସବ ପାଳନ କରିବା ସହ ଦାବୀ ପୁରଣ କରିଥିବାରୁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ। ଏହାସହ ଡ୍ରାଇଭର ସଂଘର ଯୁବରାଜ ହଂସ, ଯଶୋବନ୍ତ ବାରିକ, ପ୍ରମୋଦ ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ଏକତ୍ରିତ ହେଇ ବିଜୟ ଉତ୍ସବ ପାଳନ କରିବା ସହ ଏକ ଶୋଭାଯାତ୍ର୍‍ାରେ ସହର ପରିକ୍ରମା କରିଥିଲେ।

Comments are closed.