ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ସଚେତନ ରାଲି

କଲମପୁର: କଲମପୁର ବ୍ଲକ ବିରିପୁର ଠାରେ ମିଶନ ଶକ୍ତି ବିଭାଗ ଓଡିଶା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ମିଶନ ଶକ୍ତି ସ୍ୱୟଂ ସହାୟିକ ଗୋଷ୍ଠୀମାନଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ଗ୍ରାମ ସ୍ତରୀୟ ସଚେତନା ଅଭିଯାନ ଆରମ୍ଭ ହେଇଯାଇଛି। ଏହି ଯୋଜନାରୁ ସାଧାରଣ ଲୋକ କିଭଳି ଲାଭ ଉଠାଇ ପାରିବେ ସେ ନେଇ ପ୍ରତ୍ୟେକ ଗ୍ରାମର ମହିଳାଙ୍କୁ ସଚେତନତା କରାଯାଉଛି। ପରିବାରର ଯେ କେହି କୌଣସି ଦୁସ୍ଥ ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଏହି ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ୫ ଲକ୍ଷ ଓ ଯଦି ପରିବାରର କେହି ମହିଳାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଲେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ରୋଗମୂକ୍ତ ହେଇ ପାରିବେ।

ଏନେଇ ମିଶନ ଶକ୍ତି ମାଧ୍ୟମରେ ପଞ୍ଜିକୃତ ବିରିପୁରର ଅଲିଭାଜ୍ୟୋତି, ମାଁ ବୃନ୍ଦାବତୀ, ମାଁ ତୁଳସା ଦେବୀ, ମାଁ ମାଣିକେଶ୍ୱରୀ, ମାଁ ମହାଲକ୍ଷ୍ମୀ ମିଶନଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟସଭ୍ୟାଙ୍କୁ ନେଇ ସୁକାନ୍ତୀ ନାଏକ, ଚିତ୍ରାଙ୍ଗିନୀ ରଣା, ମେଘମାଳା ବିଶ୍ୱାଳ, କ୍ଷିରମଣୀ ନାଏକ, ତପସ୍ୱିନୀ ନାଏକ, ଅଙ୍ଗନବାଡି କର୍ମୀ ଜ୍ୟୋତ୍ସ୍ନାମୟୀ ନାଏକ, ଆଶା କର୍ମୀ ଚଂଚଳା ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ବନ୍ଧରେ ସଚେତନ କରାଇଥିଲେ।

Comments are closed.