ବିଦ୍ୟାଳୟ ରୁପାନ୍ତିକରଣ ନେଇ ଆଲୋଚନା କଲେ ୫ଟି ସଚୀବ

କଲମପୁର: ରାଜ୍ୟ ସରକାରଙ୍କ ମୋ ସ୍କୁଲ ତଥା ବିଦ୍ୟାଳୟ ରୁପାନ୍ତିକରଣ ନେଇ ଶୁକ୍ରବାର ୫ଟି ସଚୀବ ଭି କାର୍ତିକେୟନ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକ ସମ୍ବନ୍ଧରେ ଭର୍ଚୁଆଲ ମିଟିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ପ୍ରଶାସନିକ ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ , ଶିକ୍ଷକ, ଅବିଭାବକ, ପରିଚାଳନା କମିଟୀର ସଦସ୍ୟ, ଲୋକ ପ୍ରତିନିଧି ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କଲେ। ପୂର୍ବରୁ କଲମପୁର ବ୍ଲକର ଦୁର୍ଗାମାଧବ ହାଇସ୍କୁଲ ଓ ବିଜମରା ସ୍ୱାମୀ ବିବେକାନନ୍ଦ ହାଇସ୍କୁଲ ରୁପାନ୍ତିକରଣରେ ସାମିଲ ହେଇ ସାରିଛି। ବର୍ତମାନ ଏହି ଦୁଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ମାର୍ଟ କ୍ଲାସର ସୁବିଧା ପାଇ ସାରିଛନ୍ତି।

କଲମପୁର ବ୍ଲକର ମଣ୍ଡଳ ବିଶ୍ୱନାଥ ବିଦ୍ୟାପୀଠ, କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ କୋଟାଗାଁ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ପଣ୍ଡିଗାଁ ଏହି ରୁପାନ୍ତିକରଣରେ ସାମିଲ ହେଇଛି। ଏବେ ୪ ଗୋଟି ବିଦ୍ୟାଳୟ ପରିସରର ବଦଳିବ ରୁପ ଚିତ୍ର। ଛାତ୍ରଛାତ୍ରୀ ପାଇବେ ଇ ଲାଇବ୍ରେରୀ, ବିଜ୍ଞାନାଗାର ଓ ସ୍ମାର୍ଟ କ୍ଲାସର ସୁବିଧା। ବେସରକାରୀ ଢାଂଚାରେ ସରକାରୀ ସ୍କୁଲରେ ହେବ ପାଠ ପଢା। ଶୁକ୍ରବାର ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିଶଙ୍କର ବାଗ,ପଣ୍ଡିଗାଁ ସରପଂଚ ବନଜା ବାସିନୀ ମହାପାତ୍ର, ଉପାଧ୍ୟକ୍ଷ ଦୁଖିରାମ ମାଝୀ ଙ୍କ ସମେତ ୪ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ୫ଟି ସଚୀବ ସମସ୍ତଙ୍କ ସହଯୋଗ କାମନା କରି ବିଦ୍ୟାଳୟକୁ କିଭଳି ସୁନ୍ଦର କରାଯାଇ ପାରିବ ସେ ନେଇ ପରାମର୍ଶ ଦେଇଥିଲେ। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଜୀବନର ଲକ୍ଷ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ।

Comments are closed.